
ପୁରୀ : ରଥଯାତ୍ରା ହେବ କି ନାହିଁ ସେ ନେଇ ଭକ୍ତମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ ରଥଯାତ୍ରା ଉପଲକ୍ଷେ ତିନି ରଥ ପାଇଁ ଆଜ୍ଞାମାଳ ବିଜେ ହୋଇଛି। ତିନି ବାଡରୁ ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ । ପ୍ରଥମେ ତାଳଧ୍ବଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ପାରମ୍ପରିକ ସେବକମାନଙ୍କ ଦ୍ବାରା ଏହି ନୀତି ସମାପିତ ହୋଇଛି।ଏହାପରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡ଼ାକୁ ନିଆଯିବାର ପରମ୍ପରା ରହିଛି। ସୁପ୍ରିମକୋର୍ଟ ରଥଯାତ୍ରା ସପକ୍ଷରେ ରାୟ ଆସିଲେ ଚୂଡ଼ାନ୍ତ ନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହେବ।
ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍କୋର୍ଟରେ ଏକାଧିକ ରିଭ୍ୟୁ ପିଟିଶନ ଦାଏର ହୋଇଛି। ରାଜ୍ୟ ସରକାର ମଧ୍ୟ ପକ୍ଷଭୁକ୍ତ ହୋଇଛନ୍ତି ।
Tags: ରଥଯାତ୍ରା