ଓଡ଼ିଶାର ବାଲେଶ୍ଵରରେ ସମନ୍ଵିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଆଜି ଆଧୁନିକ ଗାଇଡେଡ୍ ଦୂରଗାମୀ ରକେଟ୍ ପିନାକର ଦୁଇଟି ସଫଳ ପରୀକ୍ଷଣ କରାଯାଇଛି। ଏହା ସେନା ପାଇଁ ବହୁତ ବଡ଼ ସଫଳତା କୁହାଯାଉଛି। ଏଥର ପିନାକ ରକେଟର ଲକ୍ଷ୍ୟଭେଦ କ୍ଷମତା ୯୦ କିମି ବୃଦ୍ଧି ପାଇଛି। ପରୀକ୍ଷଣ ସମୟରେ ଉଭୟ ଗାଇଡେଡ୍ ପିନାକ ରକେଟ୍ ନିଜର ନିଶାଣକୁ ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା। ସୂଚନା ଅନୁସାରେ ରକେଟ୍ ୯୦ କିମି ଦୂର ସ୍ଥିତ ନିଜର ନିଶାଣକୁ ଏକାଥରକେ ଧ୍ଵସ୍ତ କରିଛି। ପିନାକ ଦେଶର ପ୍ରଥମ ସ୍ଵଦେଶୀ ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର। ଏହା ପୂର୍ବରୁ ମିନାକ-୨ ରକେଟର କ୍ଷମତା ୬୦ କିମି ଥିଲା। କିନ୍ତୁ ଏଥର ଏହାର କ୍ଷମତା ୯୦ କିମିକୁ ବୃଦ୍ଧି ପାଇଛି। କୁହାଯାଉଛି ଯେ, ପିନାକର ଏହି ଆଧୁନିକ ଭର୍ସନର ମାରକ କ୍ଷମତା ବୃଦ୍ଧି ପାଇଛି। ଏହା ସହିତ ଏହାକୁ ସଠିକ୍ ଢଙ୍ଗରେ ସଞ୍ଚାଳନ କରିବା ପାଇଁ ଉନ୍ନତ ଗାଇଡଲାଇନ ସିଷ୍ଟମ ମଧ୍ୟ ଲଗାଯିବ। ୯୦ କିମି ରେଞ୍ଜ ପର୍ଯ୍ୟନ୍ତ ରକେଟ୍ ନିକ୍ଷେପ କରି ପାରୁଥିବା ଏହି ଅସ୍ତ୍ର ୧୨ ରକେଟ୍ ନିକ୍ଷେପ କରିବାର କ୍ଷମତା ରହିଛି। ଏହା ଯୁଦ୍ଧ ସମୟରେ ତ୍ଵରିତ୍ ପ୍ରତିକ୍ରିୟା ଓ ତ୍ଵରିତ୍ ହମଲା କରିବାରେ ସକ୍ଷମ।