ସୁସ୍ଥ ହେଲେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

Published: Jun 26, 2020, 6:12 pm IST

ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ସତ୍ୟେନ୍ଦ୍ର ଜୈନ୍‌। କରୋନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡିସ୍‌ଚାର୍ଜ  କରାଯିବ । ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା । ଜୁନ୍‌ 17ରେ ସେ କରୋନା ପଜିଟିଭ୍‌ ଜଣାପଡ଼ିଥିଲେ । ତେବେ ଗତ 22ରେ ଅବସ୍ଥା ଗୁରୁତର ହେବା‌ ପରେ ଅକ୍ସିଜେନ୍‌ ସପୋର୍ଟରେ ଥିଲେ ସତ୍ୟେନ୍ଦ୍ର। ସେ ରାଜୀବ ଗାନ୍ଧି ସୁପର୍‌ ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବେଶ୍‌ ବୃଦ୍ଧି ଘଟିଛି ।ଦିଲ୍ଲୀରେ ମୋଟ୍‌ 73 ହଜାର 780 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2ହଜାର 429କୁ ବୃଦ୍ଧି ହୋଇଛି ।

 

Related posts