ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

Published: Mar 12, 2019, 12:43 pm IST
all party meeting with ceo in odisha

ଏପ୍ରିଲ୍‌ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ। ମେ ମାସ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ। ତେବେ ଏହି ନିର୍ବାଚନକୁ ସ୍ବଚ୍ଛ ତଥା ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ଜାରି କରାଯାଇଥିବା ନୂଆ ନିୟମକୁ ରାଜନୈତିକ ଦଳକୁ ଅବଗତ କରାଯିବା ସହିତ  ନିର୍ବାଚନରେ କଣ କରିବେ ଏବଂ କଣ ନକରିବେ ଏନେଇ ମଧ୍ୟ ବୁଝାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି। ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ। ସେହିପରି ପାନ୍ ନମ୍ବର ଦେବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏଥର ପ୍ରାର୍ଥୀ ସର୍ବସାଧାରଣରେ ନିଜ ଅପରାଧିକ ମାମଲାର ତଥ୍ୟ ଜଣାଇବାକୁ ବାଧ୍ୟ କରାଯାଇଛି। ଏହି ସମ୍ପର୍କିତ ତଥ୍ୟ ଟିଭି ଓ ଖବରକାଗଜରେ ୩ ଥର ବିଜ୍ଞାପନ ଦେବାକୁ ପଡିବ ବୋଲି ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

 

Related posts