ଭୁବନେଶ୍ୱର : ଚାକିରିରେ ଯୋଗ ଦେବା ପୂର୍ବଦିନ ଆତ୍ମହତ୍ୟା କରିଛନ୍ତି ଓଏଫ୍ଏସ ଅଧିକାରୀ। ଏପରି ଅଭାବନୀୟ ଘଟଣା ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ 4ରେ ଘଟିଛି। ମୃତକ ହେଲେ ଅଭିଳାଶ ସ୍ୱରୂପ ମହାପାତ୍ର।
ମିଳିଥିବା ସୂଚନା ଅନୁଯାୟୀ , ଅଭିଳାଷ ଆଜି ଭୁବନେଶ୍ୱରସ୍ଥିତ ଟ୍ରେଜେରି ଅଫିସ୍ରେ ଓଏଫଏସ୍ ଅଧିକାରୀ ଭାବେ ଆଜି ଯୋଗ ଦେଇଥାନ୍ତେ। ହେଲେ ଗତକାଲି ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି। ଅଭିଳାଷଙ୍କ ପ୍ରକୃତ ଘର ଟିଟିଲାଗଡରେ । କିନ୍ତୁ ସେ ରାଜଧାନୀ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ରେ ପତ୍ନୀଙ୍କ ସହ ରହୁଥିଲେ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଖଣ୍ଡିଗିରି ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
Tags: