ଶାହାରୁଖ୍‌ ଓ ସଲମାନ୍‌ଙ୍କ ସହ ନଜର ଆସିବେ ଆଲିଆ ଭଟ୍ଟ !

Published: Mar 12, 2019, 1:21 pm IST

ମହେଶ ଭଟ୍ଟଙ୍କ କନ୍ୟା ଆଲିଆ ନିଜର ଦମଦାର୍‌ ଅଭିନୟ ଜରିଆରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଆଲିଆ ଭଟ୍ଟଙ୍କ  ଅଭିନୟ ବେଶ ପରିପକ୍ଵ । ନିକଟରେ ମିଳିଥିବା ସୂଚନା ଅନୁସାରେ ଲୋକପ୍ରିୟ ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କର ଆଗାମୀ ଫିଲ୍ମରେ ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ସହ କରିବେ । ଏହି ଫିଲ୍ମରେ କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ପାଇଁ ମହେଶ ତନୟା ଆଲିଆଙ୍କୁ ଆପ୍ରୋଚ କରାଯାଇଥିବାର ସୂଚନା ରହିଛି । ତେବେ ଦୁଇ ଖାନ୍‌ଙ୍କ ସହ ଆଲିଆ ଅଭିନୟ କରିବେ କି ନାହିଁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ । ଆଲିଆ ‘ଟୁ ଷ୍ଟେଟସ୍‌’, ‘ହମ୍ପଟି ଶର୍ମା କି ଦୁଲ୍‌ହନିଆଁ, ‘ବଦ୍ରିନାଥ କି ଦୁଲ୍‌ହନିଆଁ’, ‘କପୁର୍‌ ଆଣ୍ଡ ସନସ୍‌’, ‘ଡିୟର ଜିନ୍ଦଗୀ’, ‘ରାଜି’ ଓ ‘ଗଲି ବୟ’ ପରି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିବାବେଳେ ନିକଟରେ ରଣବୀର୍‌ କପୁର୍‌ଙ୍କ ସହ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରଣବୀରଙ୍କ ସହ ତାଙ୍କର ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପରଦାକୁ ଆସିବାର ରହିଛି । କରନ୍‌ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍‌’ରେ ମଧ୍ୟ ଆଲିଆ ଲିଡ୍‌ ଆକ୍ଟ୍ରେସ୍‌ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍‌ ଜାରି କରାଯାଇଛି । ଆଲିଆ ପୂର୍ବରୁ ଶାହରୁଖଙ୍କ ସହ ‘ଡିୟର୍‌ ଜିନ୍ଦଗୀ’ରେ ଅଭିନୟ କରିଥିବାବେଳେ ସଲମାନ୍‌ଙ୍କ ସହ କୌଣସି ଫିଲ୍ମରେ ନଜର ଆସିନାହାନ୍ତି ଆଲିଆ ।

Related posts