
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର କ୍ବାରେଣ୍ଟିନ୍ରେ ଗଲେ । ଜଣେ ଡାକ୍ତରଙ୍କ ସମେତ 5 ଜଣ କର୍ମଚାରୀ କ୍ବାରେଣ୍ଟାଇନ୍ ରହିବାକୁ ନିର୍ଦ୍ଦେଶ ରହିଛି । ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାନିଟାଇଜ୍ କରାଯାଉଛି । ଚିକିତ୍ସା ପାଇଁ ଆସିଥିବା ଜଣେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍ ହେବା ପରେ ଏନେଇ ପଦକ୍ଷେପ ଦିଆଯାଇଛି । ଚିହ୍ନଟ କର୍ମଚାରୀ ଯାଇଥିବା 2ଟି କ୍ଲିନିକ୍, 2ଟି ମେଡିସିନ୍ ଷ୍ଟୋର୍ ସିଲ୍ କରାଯାଇଛି । ଏକ ନର୍ସିଂହୋମର ଜଣେ ଡାକ୍ତରଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ ପଠାଯାଇଛି । ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ମୋଟ୍ 25 ଜଣଙ୍କୁ କ୍ବାରେଣ୍ଟିନ୍ ପଠାଯାଇଛି ।