ସମ୍ବଲପୁର : ଭିସୁଟ୍ରେ ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ମୃତ୍ୟୁବରଣ କରିବା ପରେ ଭିସୁଟ୍କୁ ବନ୍ଦ କରାଯାଇଛି । ତେବେ ଆଜି ଗୋଟିଏ ଦିନ ପାଇଁ ଭିସୁଟ୍କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ଭିସୁଟ୍କୁ ଅଧିକ ଦିନ ବନ୍ଦ କରାଯିବ କି ନାହିଁ ସେ ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ । ସମ୍ପୃକ୍ତ ଅଧ୍ୟାପିକାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଅଧ୍ୟାପିକାଙ୍କ ସ୍ବାମୀ ଅନୁଗୁଳ ନାଲ୍କୋର ବରିଷ୍ଠ ଅଧିକାରୀ ରହିଥବା ସୂଚନା ରହିଛି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ବାବ୍ ଟେଷ୍ଟ ମଧ୍ୟ କରାଯାଇଛି ।