ରିଲିଜ୍‌ ହେଲା ‘କଲଙ୍କ୍‌’ର ଟିଜର୍‌ : ପ୍ରେମ ଓ ଧୋକ୍କାର ଅନନ୍ୟ ଉପାଖ୍ୟାନ

Published: Mar 12, 2019, 2:09 pm IST
kalnk teaser releases

କରନ୍‌ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍‌’ର ଟିଜର୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରଣୁ ଧାଓ୍ବନ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର୍‌, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଟିଜର୍‌ରେ ସବୁ କଳାକାରଙ୍କ ପରିଚୟ ରହିଥିବାବେଳେ ଡ୍ୟାନ୍ସି କୁଇନ୍‌ ମାଧୁରୀ ଦୀକ୍ଷିତଙ୍କ ଏକ ନୃତ୍ୟ ରହିଛି, ଯାହାକୁ ସରୋଜ ଖାନ୍‌ କୋରିଓଗ୍ରାଫ କରିଛନ୍ତି। ଏହି ଟିଜର୍‌ରେ ବରୁଣଙ୍କ ଗମ୍ଭୀର ଲୁକ୍‌ ନଜର ଆସିଛି, ଯେଉଁଥିରେ ସେ ରକ୍ତରେ ଗାଧୋଉଥିବାର ଦେଖାଯାଉଛି। ସେହିପରି ଆଦିତ୍ୟ ରୟ କପୁର୍‌ ବର ବେଶରେ ରହିଥିବାବେଳେ ଆଲିଆ ଭଟ୍ଟ ଦୁଲହନ୍‌ ବେଶରେ ବେଶ୍‌ ଆକର୍ଷଣୀୟ ଲାଗୁଛନ୍ତି। ଏହି ଫିଲ୍ମରେ ମାଧୁରୀ ବହାରା ବେଗମ୍‌ ଚରିତ୍ର ନିଭାଉଥିବାବେଳେ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀ ଭୂମିକା ନଜର ଆସୁଛନ୍ତି। ସୋନାକ୍ଷୀ ଏହି ଫିଲ୍ମରେ ସତ୍ୟା ଚରିତ୍ର ନିଭାଉଥିବାବେଳେ ଆଦିତ୍ୟ ଦେବ ଚୌଧୁରୀ ଚରିତ୍ରରେ ନଜର ଆସୁଛନ୍ତି। କରନ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଥିବା ଏହି ଫିଲ୍ମଟି ଅପ୍ରେଲ୍‌ ୧୭ରେ ପରଦା ଉପରକୁ ଆସିବ।

Related posts