କଟକରୁ ଆଜି ଦୁଇ ପଜିଟିଭ୍‌ ଚିହ୍ନଟ

Published: Jun 30, 2020, 4:11 pm IST

କଟକ : ଆଜି କଟକ ସହରରୁ ଦୁଇ ପଜିଟିଭ୍‌ ଚିହ୍ନଟ ହୋଇଛି । ସିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଣିହାଟ ଅଞ୍ଚଳର ଜଣେ 52 ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ କଟକ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବ୍ୟତୀତ ସିଡିଏ ସେକ୍ଟର 9ର ଜଣେ 37 ବର୍ଷୀୟା ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସିଡିଏ 9ରେ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ବୋଲି ଜଣାଯାଇଛି।

ସେହିଭଳି କଟକ ବଡ଼ମ୍ବା ଅଞ୍ଚଳରୁ ଆଉ 6 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 5 ପୋଲିସ କର୍ମଚାରୀ ଏବଂ ଜଣେ ସାମ୍ବାଦିକଙ୍କୁ କରୋନା ହୋଇଥିବା ନେଇ ବଡ଼ମ୍ବା ବିଡିଓ ଉତ୍କଳ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Related posts