ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ଆଜି ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରୁଛନ୍ତି । କରୋନା ସହ ଲଢେଇ କରି କରି ଆମେ ଅନ୍ଲକ୍-2ରେ ପ୍ରବେଶ କଲେଣି । ଏହା ସହିତ ଆମେ ବର୍ଷା ଋତୁରେ ମଧ୍ୟ ପହଞ୍ଚିଛେ । ଏହି ସମୟରେ ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନଲକ -1 ପରଠାରୁ ଲୋକେ ଅସତର୍କ ହୋଇଛନ୍ତି । କିନ୍ତୁ ଏବେ ଅଧିକ ସତର୍କତା ଜରୁରୀ ହୋଇପଡିଛି । ଲକ୍ଡାଉନ୍ ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଛି । କଣ୍ଟନମେଣ୍ଟ ଜୋନରେ ଅଧିକ ସତର୍କତା ରହିବା ଉଚିତ୍ ।
ଆସନ୍ତା 5 ମାସ ଯାଏ ମାଗଣାରେ ମିଳିବ ରାସନ ସାମଗ୍ରୀ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । 80କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ମିଳିବ । ସେହିପରି ନଭେମ୍ବର ମାସ ଯାଏ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବ।
ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଏବେ ଲୋକଙ୍କ ଅବହେଳା ଚିନ୍ତାର କାରଣ ପାଲଟିଛି । ପୂର୍ବାପେକ୍ଷା ଅଧିକ ସତର୍କ ହେବା ଆଜିର ସମୟରେ ଆବଶ୍ୟକତା ହୋଇପଡିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ସରକାର ଓ ନାଗରିକ ଅଧି ସତର୍କ ରହିବା ଜରୁରୀ ହୋଇପଡିଛି ।
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବାକୁ କଡାକଡି କରିବା । ସେହିପରି ସାଧାରଣ ନାଗରିକଠାରୁ ପ୍ରଧାନମନ୍ତ୍ରୀଙ୍କ କେହି ବି ନିୟମରୁ ଉର୍ଦ୍ଧ୍ବରେ ନୁହଁନ୍ତି । ସମେସ୍ତ ନିୟମକୁ ମାନିବା ଉଚିତ୍ ବୋଲି କହିଛନ୍ତି ମୋଦି । (ଏଜେନ୍ସି)