Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା: ଫାଣ୍ଡି ଭଙ୍ଗାରୁଜା, ପୋଲିସ୍ ଗାଡ଼ି ପୋଡିଲେ
ଆଜିର ଖବର

ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା: ଫାଣ୍ଡି ଭଙ୍ଗାରୁଜା, ପୋଲିସ୍ ଗାଡ଼ି ପୋଡିଲେ

July 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଦ୍ରୁତ ଗତିରେ  ବ୍ୟାପିଚାଲିଥିବା କରୋନା ମହାମାରୀ କବଳରୁ ଲୋକମାନେ ସୁରକ୍ଷିତ ରହିବାକୁ ହେଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ସହିତ ମନ୍ଦିର ମସଜିଦ୍ ଆଦି ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରଖିବା ପରି ବିଭିନ୍ନ ନିୟମ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କିନ୍ତୁ ଏହାକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସମୂହ ନମାଜ୍ ପାଠକୁ ବିରୋଧ କରିବାରୁ ପୋଲିସ୍‌ କର୍ମୀଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବାର ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠ ହେଉଥିବା ଖବର ପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୁହଁରେ ମାସ୍କ ବାନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହି ତାଗିଦ୍ କରିଥିଲେ ବୋଲି ଜଣାପଡିଥିବା ବେଳେ ଅନ୍ୟ ପକ୍ଷରେ ଫାଣ୍ଡି ଅଧିକାରୀ ଯୋତା ପିନ୍ଧି ମସଜିଦ୍ ଭିତରେ ପଶିଯାଇଥିଲେ ବୋଲି ମଧ୍ୟ କୁହାଯାଉଛି।

ଉକ୍ତ ଘଟଣା ପରେ ପାଖାପାଖି ୫ଶହରୁ ଉର୍ଦ୍ଧ ସ୍ଥାନୀୟ ବ୍ୟକ୍ତି ଫାଣ୍ଡି ପରିସରରେ ପହଞ୍ଚି ତୁମୂଳକାଣ୍ଡ ଘଟାଇଥିଲେ। ଫାଣ୍ଡି ଘେରାଉ କରିବା ସହ ଫାଣ୍ଡି ଉପରକୁ ଟେକାପଥର ମାଡ କରି,ଫାଣ୍ଡିରେ ଥିବା ଗାଡିକୁ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ପରିସରରେ ଥିବା ଗାଡିକୁ ପୋଡି ଦେଇଥିଲେ।

ଫାଣ୍ଡି ପରିସରରେ ଉତ୍ତେଜନା ଲାଗିରହିଥିବାରୁ ଫାଣ୍ଡିରେ ଫସିରହିଥିଲେ ପୋଲିସ୍ କର୍ମୀ। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଖବର ପାଇ ତିର୍ତ୍ତୋଲ ଆଇ.ଆଇ.ସି ,ଏସ୍.ଡି.ପି. ଓ ,ଜଗତସିଂହପୁର ଏସ୍.ପି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଧମିଥିଲା ।ଫାଣ୍ଡି ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଉତ୍ତେଜନା ଲାଗିରହିଥିଲା ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଦଳୀୟ ବୈଠକରେ ୱାକଆଉଟ୍ କରି ପୁଣି ଯୋଗ ଦେଲେ ବିରୋଧୀ: ଉଠାଇଲେ ଏହି ପ୍ରସଙ୍ଗ

July 19, 2026

ଆଜି ଭାରତ-ଇଂଲଣ୍ଡ ODI ସିରିଜ୍ ର ନିର୍ଣ୍ଣାୟକ ମ୍ୟାଚ: ଜାଣନ୍ତୁ ପିଚ୍ ରିପୋର୍ଟ

July 19, 2026

ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ହାଇକୋର୍ଟର ମୁଖ୍ୟ ବିଚାରପତି

July 19, 2026

ରାଜ୍ୟର ଚାରୋଟି ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 19, 2026
Latest News

ସର୍ବଦଳୀୟ ବୈଠକରେ ୱାକଆଉଟ୍ କରି ପୁଣି ଯୋଗ ଦେଲେ ବିରୋଧୀ: ଉଠାଇଲେ ଏହି ପ୍ରସଙ୍ଗ

July 19, 2026

ରାମ ମନ୍ଦିର ଦାନ ଚୋରି ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି କଲେ କଂଗ୍ରେସ ନେତା

July 19, 2026

ଆଜି ଭାରତ-ଇଂଲଣ୍ଡ ODI ସିରିଜ୍ ର ନିର୍ଣ୍ଣାୟକ ମ୍ୟାଚ: ଜାଣନ୍ତୁ ପିଚ୍ ରିପୋର୍ଟ

July 19, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ ସୁପ୍ରିମକୋର୍ଟ ଗଲା ନିର୍ମୋହୀ ଆଖଡ଼ା: ଜାଣନ୍ତୁ କ’ଣ ରହିଛି ଦାବି?

July 19, 2026

ଆଜି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ଅମିତ ଶାହ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.