Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା: ଫାଣ୍ଡି ଭଙ୍ଗାରୁଜା, ପୋଲିସ୍ ଗାଡ଼ି ପୋଡିଲେ
ଆଜିର ଖବର

ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା: ଫାଣ୍ଡି ଭଙ୍ଗାରୁଜା, ପୋଲିସ୍ ଗାଡ଼ି ପୋଡିଲେ

July 1, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଦ୍ରୁତ ଗତିରେ  ବ୍ୟାପିଚାଲିଥିବା କରୋନା ମହାମାରୀ କବଳରୁ ଲୋକମାନେ ସୁରକ୍ଷିତ ରହିବାକୁ ହେଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ସହିତ ମନ୍ଦିର ମସଜିଦ୍ ଆଦି ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରଖିବା ପରି ବିଭିନ୍ନ ନିୟମ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ କିନ୍ତୁ ଏହାକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସମୂହ ନମାଜ୍ ପାଠକୁ ବିରୋଧ କରିବାରୁ ପୋଲିସ୍‌ କର୍ମୀଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବାର ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ ମଙ୍ଗଳବାର ସଂଧ୍ୟାରେ ଆଖୁନମହଲା ମସଜିଦ୍ ରେ ସମୂହ ନମାଜ୍ ପାଠ ହେଉଥିବା ଖବର ପାଇ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୁହଁରେ ମାସ୍କ ବାନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହି ତାଗିଦ୍ କରିଥିଲେ ବୋଲି ଜଣାପଡିଥିବା ବେଳେ ଅନ୍ୟ ପକ୍ଷରେ ଫାଣ୍ଡି ଅଧିକାରୀ ଯୋତା ପିନ୍ଧି ମସଜିଦ୍ ଭିତରେ ପଶିଯାଇଥିଲେ ବୋଲି ମଧ୍ୟ କୁହାଯାଉଛି।

ଉକ୍ତ ଘଟଣା ପରେ ପାଖାପାଖି ୫ଶହରୁ ଉର୍ଦ୍ଧ ସ୍ଥାନୀୟ ବ୍ୟକ୍ତି ଫାଣ୍ଡି ପରିସରରେ ପହଞ୍ଚି ତୁମୂଳକାଣ୍ଡ ଘଟାଇଥିଲେ। ଫାଣ୍ଡି ଘେରାଉ କରିବା ସହ ଫାଣ୍ଡି ଉପରକୁ ଟେକାପଥର ମାଡ କରି,ଫାଣ୍ଡିରେ ଥିବା ଗାଡିକୁ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ପରିସରରେ ଥିବା ଗାଡିକୁ ପୋଡି ଦେଇଥିଲେ।

ଫାଣ୍ଡି ପରିସରରେ ଉତ୍ତେଜନା ଲାଗିରହିଥିବାରୁ ଫାଣ୍ଡିରେ ଫସିରହିଥିଲେ ପୋଲିସ୍ କର୍ମୀ। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଖବର ପାଇ ତିର୍ତ୍ତୋଲ ଆଇ.ଆଇ.ସି ,ଏସ୍.ଡି.ପି. ଓ ,ଜଗତସିଂହପୁର ଏସ୍.ପି ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଧମିଥିଲା ।ଫାଣ୍ଡି ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଉତ୍ତେଜନା ଲାଗିରହିଥିଲା ବୋଲି ଜଣାପଡିଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Jindal Ads
BJP Ads
Latest News

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟି-୨୦ ମ୍ୟାଚ୍: ଜାଣନ୍ତୁ ବ୍ରିସବେନ ଗ୍ରାଉଣ୍ଡର ରେକର୍ଡ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ରେଳ ଷ୍ଟେସନରୁ ହଟିବେ ବୁଲା କୁକୁର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

November 7, 2025

ଭାରତୀୟ ବ୍ୟାଙ୍କଗୁଡ଼ିକ ଦଶ ବର୍ଷ ପୂର୍ବ ଅପେକ୍ଷା ଅଧିକ ପରିପକ୍ୱ: ଆରବିଆଇ ଗଭର୍ଣ୍ଣର

November 7, 2025

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ: ଚାରୋଟି ବନ୍ଦେ ଭାରତ ଟ୍ରେନର କରିବେ ଶୁଭାରମ୍ଭ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.