ଭୁବନେଶ୍ବର : ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି । 8 ବରିଷ୍ଠ ଉପସଭାପତି, 9 ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକ ନିଯୁକ୍ତି ହୋଇଛନ୍ତି । ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି ।
ଏହି କ୍ରମରେ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁର ପ୍ରମୁଖଙ୍କୁ ବରିଷ୍ଠ ଉପସଭାପତି ରୂପେ ନିଯୁକ୍ତି ଦିଆଯାଇଥିବାବେଳେ 9ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି – ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ବିକ୍ରମ ଆରୁଖ, ଉଷାଦେବୀ, ପ୍ରମିଳା ମଲ୍ଲିକ, ବଦ୍ରି ପାତ୍ର, ପ୍ରଦୀପ କୁମାର ଅମାତ ଏବଂ ପଦ୍ମନାଭ ବେହେରା। ସେହିପରି ବିଜୁଜଜନତା ଦଳର ସାଧାରଣ ସମ୍ପାଦକ ମୁଖ୍ୟାଳୟ ରୂପେ ସଞ୍ଜୟ ଦାସ ବର୍ମାଙ୍କୁ ନିଯୁକ୍ତି ଦିଆଯାଇଛି ।
ତେବେ ପ୍ରଥମଥର ପାଇଁ ବିଜେଡିର 9 ଉପସଭାପତିଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ଆସନ୍ତୁ ଜାଣିବାକୁ କାହାକୁ କେଉଁ ଦାୟିତ୍ବ ମିଳିଛି ।
ମଙ୍ଗଳା କିଷାନ – ଜନଜାତି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର
ସୌମ୍ୟରଞ୍ଜନ ପଟ୍ଟନାୟକ- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ଦେବୀ ମିଶ୍ର- ଓଡ଼ିଶା ମୋ ପରିବାରର
ବିକ୍ରମ ଆରୁଖ- ପରିବେଶ
ଉଷାଦେବୀ- ସାମାଜିକ ମଙ୍ଗଳ
ପ୍ରମିଳା ମଲ୍ଲିକ- ମହିଳା ସଶକ୍ତିକରଣ
ବଦ୍ରି ପାତ୍ର- ଆଞ୍ଚଳିକ ଉନ୍ନୟନ
ପ୍ରଦୀପ କୁମାର ଅମାତ – ସଶକ୍ତ ଓଡ଼ିଶା
ପଦ୍ମନାଭ ବେହେରା- ତଫସିଲଭୁକ୍ତ ଜାତି ସଶକ୍ତିକରଣ