
ମୁମ୍ବାଇ : ଅର୍ଥ ତୋଷରପାତ ଅଭିଯୋଗରେ ଜିଭିକେ ଗ୍ରୁପ୍ ଅଫ କମ୍ପାନିଜର ଅଧ୍ୟକ୍ଷ ଜି.ଭି.କ୍ରିଷ୍ଣା ରେଡ୍ଡି ଓ ତାଙ୍କ ପୁଅଙ୍କ ନାଁରେ ସିବିଆଇର ମାମଲା ରୁଜୁ । ବିମାନବନ୍ଦର ପରିଚାଳନାରେ 705 କୋଟି ଟଙ୍କାର ଆର୍ଥିକ ହେରଫେର କରିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲା ରୁଜୁ କରିଛି । ଜି.ଭି.କ୍ରିଷ୍ଣା ରେଡ୍ଡି ଜିଭିକେ ଗୃପ ଅଫ କମ୍ପାନିଜର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପୁଅ ଜି.ଭି.ସଂଜୟ ରେଡ୍ଡି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ନିର୍ଦେଶକ ରହିଛନ୍ତି । (ଏଜେନ୍ସି)