ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ମହାମାରୀ କରୋନା। ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାର ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 15ରେ ପହଞ୍ଚିଲାଣି । ଜିଲ୍ଲାରେ କରୋନା ସ୍ଥିତିକୁ ନଜରରେ ରଖି ଜୁଲାଇ 31 ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ,ସ୍ୱାସ୍ଥ୍ୟ ଓ କୃଷି ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ।
କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ଜଣାଯାଇଛି। ଏ ନେଇ ଜିଲ୍ଲାପାଳ ଆଜି ଟ୍ବିଟ୍ କରି ସୂଚନା ଦେଇଛନ୍ତି। ବରିଷ୍ଠ ନାଗରିକମାନେ ଘରେ ରହିବା ଜରୁରୀ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।