କରୋନା ଚିକିତ୍ସା ପାଇଁ ରାଜ୍ୟରେ ଲାଗୁ ହେବ ପ୍ଲାଜମା ଥେରାପି, ୪ଟି ହସପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ

Published: Jul 2, 2020, 10:38 pm IST

ଭୁବନେଶ୍ବର, ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ପ୍ଲାଜ୍‌ମା ଥେରାପି ଉପଳବ୍ଧ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଚିକିତ୍ସା ପଦ୍ଧତି ନିରୁପଣ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ। ଏହାର ସଫଳ ରୂପାୟନ ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତି, ଜନସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସଂପର୍କରେ କମିଟି ସବିଶେଷ ତଥ୍ୟ ପ୍ରଦାନ କରିବେ ।

ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସାନୁଷ୍ଠାନ ଯଥା କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜ, ଅଶ୍ୱିନୀ ହସ୍‌ପିଟାଲ୍‌ ଓ ଭୁବନେଶ୍ୱରର ସମ୍‌ ଓ କିମସ୍‌ ହସ୍‌ପିଟାଲ୍‌ରେ ପ୍ରାଥମିକ ସ୍ତରରେ ଏହି ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ଚିକିତ୍ସା ଆରମ୍ଭ କରାଯିବ। ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Related posts