ଚୀନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ, ଯବାନଙ୍କୁ କଲେ ଉତ୍ସାହିତ

Published: Jul 3, 2020, 3:10 pm IST
ଲେହ, ଅଚାନକ ଲଦାଖ ଗସ୍ତ କରି ସୀମା ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଆଉ ବିସ୍ତାରବାଦୀ ଚଳିବନି ବୋଲି କହି ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଇତିହାସ ବିସ୍ତାରବାଦୀଙ୍କ ପରାଜୟ ଦେଖିଛି ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ବ ଯୁଦ୍ଧ ହେଉ କି ଶାନ୍ତି ବିଶ୍ବ ଆମ ଯବାନଙ୍କ ଧୈର୍ଯ୍ୟ ଓ ବୀରତ୍ବ ବହୁବାର ଦେଖିଛି।
ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମାଟିର ସାହସୀ ବୀର ଭାବେ ବର୍ଣ୍ଣନା କରିବା ସହ କହିଛନ୍ତି ଯେ, ଶତ୍ରୁ ଭାରତୀୟ ଯବାନଙ୍କ ପରାକ୍ରମ ଦେଖି ଆସିଛି। ନିମୁ କ୍ୟାମ୍ପସରେ ଯବାନମାନଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ଲଦାଖ ଆମର ମସ୍ତକ। ଏହା ଆମ ଦେଶର ଅବିଚ୍ଛେଦ୍ୟ ଅଙ୍ଗ।
ଏଠାରେ ଅବସ୍ଥାପିତ ଆପଣମାନେ ଯେଉଁ ତ୍ୟାଗ ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଯେଉଁମାନେ ଦେଶମାତୃକାର ସେବାରେ ଆତ୍ମବଳି ଦେଇଛନ୍ତି, ସେମାନେ ଆମର ନମସ୍ୟ ବୋଲି କହିଛନ୍ତି ମୋଦି। ଚୀନକୁ ଚେତାବନୀ ଦେଇ ମୋଦି କହିଛନ୍ତି, ସମଗ୍ର ବିଶ୍ବ ଏବେ ବିସ୍ତାରବାଦୀ ବିରୁଦ୍ଧରେ ଏକାଠି ହୋଇଛି। (ଏଜେନସୀ)

Related posts