ତାମିଲନାଡୁରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Published: Jul 3, 2020, 8:33 pm IST

ଚେନ୍ନାଇ, : ତାମିଲନାଡୁ ଶୁକ୍ରବାର ପର୍ଯ୍ୟନ୍ତ କରୋନା ଭୂତାଣୁ ଦ୍ଵାରା  ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ଏକ ଲକ୍ଷ  ଅତିକ୍ରମ କରିଛି ବୋଲି ତାମିଲନାଡୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ୪୩୨୯ ଜଣ ବ୍ୟକ୍ତି କରୋନା ଭାଇରସ୍ ପାଇଁ ପଜିଟିଭ୍ ବାହାରିଥିଲେ ଓ ଏହା ପରେ  ରାଜ୍ୟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୨,୭୨୧ ରେ ପହଞ୍ଚିଛି।

ତାମିଲନାଡୁରେ  ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ  ମୃତ୍ୟୁବରଣ କରିବା ପରେ ରାଜ୍ୟର କାରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୮୫ ରେ ପହଞ୍ଚିଛି।

(ଆଇଏଏନଏସ)

 

Related posts