ଆସନ୍ତା 11 ତାରିଖ ଯାଏଁ ଭିସୁଟ୍‌ ବନ୍ଦ

Published: Jul 4, 2020, 8:51 am IST

ସମ୍ବଲପୁର : ଆସନ୍ତା 11 ତାରିଖ ଯାଏଁ ବନ୍ଦ ରହିବ ଭିସୁଟ୍‌ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କର୍ତ୍ତୃପକ୍ଷ ବନ୍ଦ ଘୋଷଣା କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ହେଡ୍‌ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି ।  ହେଡ୍‌କ୍ବାର୍ଟର ବାହାରେ କର୍ମଚାରୀ ଥିଲେ ସେମାନେ ଫେରିବା ପରେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ, ଭିସୁଟ୍‌ର ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍‌କୁ ଗତ ଜୁନ୍‌ 30 ତାରିଖରେ କରୋନା ଦିନକ ପାଇଁ ବନ୍ଦ କରି ଦିଆଯାଇ ଭିସୁଟ୍ ପରିସରକୁ ବିଶୋଧନ କରାଯାଇଥିଲା । ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଭିସୁଟ୍‌କୁ ଅଧିକ ଦିନ ପାଇଁ ବନ୍ଦ କରାଯିବ କି ନାହିଁ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

Related posts