ଭୁବନେଶ୍ବର : ଜୟଦେବ ଭବନରେ କମିଶନରେଟ୍ ପୋଲିସ୍ର ଚଢାଉ । ଜୟଦେବ ଭବନ ଓମ୍ଫେଡ୍ ବୁଥ୍ ନିକଟରେ ଖଟି କରୁଥିବାରୁ ଚଢାଉ। କରୋନା ଗାଇଡଲାଇନ୍ ନ ମାନି ଖଟି କରୁଥିବାରୁ ଚଢାଉ । 12 ଜଣଙ୍କଠାରୁ 5 ହଜାର ଟଙ୍କା ଜରିମାନା ଆଦାୟ କରିଛି ପୋଲିସ୍ ।
ସୂଚନାଯୋଗ୍ୟ, ଦେଶରେ ଅନ୍ଲକ୍ 2.0 ଜାରି ହେବା ପରେ ରାଜ୍ୟସରକାର ମଧ୍ୟ ଅନଲକ2.0କୁ ନେଇ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କ୍ରମରେ କରୋନା ସ୍ଥିତିକୁ ଦେଖି ଜିଲ୍ଲାଗୁଡିକୁ ଜୋନ୍1 ଓ ଜୋନ୍ 2ରେ ବିଭକ୍ତ କରିବା ସହ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ 7ରୁ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି ।
ବିଏମ୍ସି ଓ ବିଡିଏ ପକ୍ଷରୁ ଗତ ତିନିଦିନ ମଧ୍ୟରେ ସାମାଜିକ ଉଲ୍ଲଂଘନ ନେଇ କିଛି ବଡ ବଡ ଦୋକାନ, ଜିମ୍, ଘରୋଇ ହସ୍ପିଟାଲ ଉପରେ କାର୍ଯାନୁଷ୍ଠାନ ନେଇ ଜରିମାନା ନେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।