ଫଟୋଗ୍ରାଫ୍‌ରେ ରଫିଙ୍କ ଲୋକପ୍ରିୟ ଗୀତ ‘ତୁମ୍‌ନେ ମୁଝେ ଦେଖା’

Published: Mar 12, 2019, 6:16 pm IST

ଆଜିକାଲି ପ୍ରାୟ ଫିଲ୍ମରେ ପୁରୁଣା ହିଟ୍‌ ଗୀତକୁ ରିଭାଇଜ୍‌ କରାଯାଉଛି । କେତେକାଂଶରେ ରିମେକ୍‌ ମଧ୍ୟ କରାଯାଉଛି । ନଓ୍ବାଜ୍‌ଉଦ୍ଦିନ୍‌ ସିଦ୍ଧିକି ଓ ସାନ୍ୟା ମାଲାହୋତ୍ରାଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଫଟୋଗ୍ରାଫ୍‌’ରେ  ଲୋକପ୍ରିୟ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ପ୍ରସିଦ୍ଧ ଗୀତ ‘ତୁମ୍‌ନେ ମୁଝେ ଦେଖା’ ଗୀତକୁ ମୂଳ ରୂପରେ ରଖାଯିବ ବୋଲି ସୂଚନା ରହିଛି । ‘ତିସ୍‌ରୀ ମଞ୍ଜିଲ୍‌’ର ଏହି ଲୋକପ୍ରିୟ ଗୀତ ଆଜି ବି ଶ୍ରୋତାଙ୍କର ପ୍ରିୟ ।  ଏହି ଫିଲ୍ମରେ ଏହି ଗୀତଟିକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ସାନ୍ୟା । ଏହି ଫିଲ୍ମରେ ନଓ୍ବାଜଙ୍କ ନାମ ରଫି ରହିଛି । ଏହା ପୂର୍ବରୁ ନିର୍ମାତା ଏକ ଭିଡ଼ିଓ ଜାରି କରି ଚରିତ୍ରଙ୍କ ଅବତାରଣା କରିଥିଲେ । ଏହି ଫିଲ୍ମର ପ୍ରିମିୟର୍‌ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହରେ ହୋଇଯାଇଛି ।  ଫିଲ୍ମରେ ନଓ୍ବାଜଙ୍କ ସହ ସାନ୍ୟାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି । ରିତେଶ ବାତ୍ରାଙ୍କ ଦ୍ବାରା ଲିଖିତ ତଥା ନିର୍ଦ୍ଦେଶିତ ‘ଫଟୋଗ୍ରାଫ୍‌’କୁ ଅମାଜାନ ଷ୍ଟୁଡ଼ିଓଜ୍‌ ଓ ଦ ମ୍ୟାଚ୍‌ ଫ୍ୟାକ୍ଟ୍ରିର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ କରିଛନ୍ତି ।  ଏହି ଫିଲ୍ମଟି ମାର୍ଚ୍ଚ ୧୫ରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି ।

Related posts