
ନୂଆଦିଲ୍ଲୀ: ପାଣି ବାଲତିରେ ପଡି ଜଣେ ଏକ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଛି। ଏପରି ଏକ ଦୁଃଖଦ ଘଟଣା ଦିଲ୍ଲୀର ମାଣ୍ଡୱାଲିରେ ଘାଟିଯାଇଛି।
ପୋଲିସର ସୂଚନାନୁସାରେ ମୃତ ଶିଶୁଟି ଘର ଭିତରେ ଥିବା ପାଣି ବାଲତି ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଇ ସେଥିରେ ଖସିପଡିଥିଲା। ପିତାମାତା ଜାଣିବା ପୂର୍ବରୁ ପିଲାଟି ବୁଡ଼ି ଯାଇଥିଲା। ଶିଶୁଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। (ଏଜେନ୍ସି)