Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ପାଇଁ ନୂଆ ଗାଇଡଲାଇନ୍: ସପ୍ତାହେ ପାଇଁ ଟ୍ରିପଲ୍‌ ଲକ୍‌ଡାଉନ୍‌ ଜାରି କଲେ କେରଳ ସରକାର
ଆଜିର ଖବର

କରୋନା ପାଇଁ ନୂଆ ଗାଇଡଲାଇନ୍: ସପ୍ତାହେ ପାଇଁ ଟ୍ରିପଲ୍‌ ଲକ୍‌ଡାଉନ୍‌ ଜାରି କଲେ କେରଳ ସରକାର

July 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଥିରୁଭନନ୍ତପୁରମ: କେରଳ ସରକାର ଆଜିଠାରୁ ଥିରୁଅନନ୍ତପୁରମ କର୍ପୋରେସନ ଲିଃରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରିପଲ ଲକଡାଉନ ଲାଗୁ କରିଛନ୍ତି। ଏହା ଆଜି ସକାଳ 6ଟାରୁ ଆରମ୍ଭ ହୋଇ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ। ଟ୍ରିପଲ ଲକଡାଉନ ସାଧାରଣ ଲକଡାଉନଠାରୁ ସଂପୂର୍ଣ୍ଣ ଭିନ୍ନ ବୋଲି କେରଳ ସରକାର କହିଛନ୍ତି। ଏହି ସମୟରେ କାହାକୁ ବି ବାହାରକୁ ଆସିବାକୁ ଅନୁମତି ମିଳିବ ନାହିଁ। ଯଦି କେହି ଅଯଥାରେ ବାହାରେ ବୁଲିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟ୍ରିପଲ ଲକଡାଉନ ବେଳେ କେବଳ ଜରୁରୀ ସେବାକୁ ହିଁ ଅନୁମତି ମିଳିବ। ସାଧାରଣ ପରିବହନ ଓ ଯାତାୟାତକୁ ସଂପୂର୍ଣ୍ଣ ଭାବେ ସପ୍ତାହ ଯାଏ ବନ୍ଦ କରାଯାଇଛି। ତେବେ ଜରୁରୀ ସାମଗ୍ରୀ ଦୋକାନ ଓ ହସ୍ପିଟାଲ ଖୋଲା ରହିବ। ଲୋକମାନେ ପ୍ରେସକ୍ରିପସନ ଦେଖାଇ ଔଷଧ ଦୋକାନକୁ ଯାଇ ପାରିବେ। ଏହି ସମୟରେ ରାଜ୍ୟ ସଚିବାଳୟ ଓ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ ବୋଲି ସରକାର କହିଛନ୍ତି।

ଅନ୍ୟପକ୍ଷରେ ଥିରୁଅନନ୍ତପୁରମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି। କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ିକଗୁଡ଼ିକୁ ଅନୁମତି ମିଳିବ। କର୍ପୋରେସନ ଲିଃ ମଧ୍ୟରେ କୌଣସି ପ୍ରକାରର ଗାଡ଼ି ଚଳାଚଳକୁ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି। କଣ୍ଟେନମେଣ୍ଟ ଜୋନ ପାଇଁ ସରକାର ସ୍ୱତନ୍ତ୍ର ରଣନୀତି କରିଛନ୍ତି। ଏଠାରେ ନିୟମ କଡ଼ାକଡ଼ି ପାଳନ କରାଯିବ। ସେହିପରି ଫୁଡ୍‌ ଡେଲିଭରୀ ବୟମାନଙ୍କର କରୋନା ଟେଷ୍ଟ କରାଯିବ।

କରୋନା ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଆଣିଛନ୍ତି କେରଳ ସରକାର। ଏପିଡେମିକ୍ ଡିଜିଜ୍ ଆକ୍ଟରେ ସଂଶୋଧନ ଆଣି ପୂରା ବର୍ଷେ ପାଇଁ କଟକଣା ଜାରି କରିଛନ୍ତି କେରଳ ସରକାର। ଏହି ନିୟମ ଭାଙ୍ଗିଲେ 2 ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ସହ 10ହଜାର ଟଙ୍କାର ଜରିମାନା ମଧ୍ୟ ଦବାକୁ ପଡିବ ବୋଲି ସୂଚନା ରହିଛି ।

ଏହି ନିୟମ ଅନୁସାରେ ସର୍ବସାଧାରଣ ସ୍ଥାନରେ ଅତିକମ୍‌ରେ 6 ଫୁଟ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି। ତା ସହିତ ଦୋକାନ ଓ ବ୍ୟବସାୟ ସ୍ଥଳରେ 25ରୁ ଅଧିକ ଲୋକ ଏକାଠି ହେବା ମନା ହୋଇଥିବା ବେଳେ ବାହାଘର ପାଇଁ 50 ଜଣ ଲୋକ ଏକତ୍ରିତ ହେବାକୁ ଅନୁମତି ମିଳିଛି। ସେହିଭଳି ଅନ୍ତିମ ସଂସ୍କାର ତଥା ଶେଷକୃ୍ତ୍ୟ ପାଇଁ 20 ଜଣ ଲୋକ ଏକାଠି ହୋଇପାରିବେ ବୋଲି ଅନୁମତି ଦେଇଛନ୍ତି କେରଳ ସରକର।

ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳୀ, ଗାଡ଼ି ମୋଟରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଧର୍ମଘଟ, ଧାରଣା, ଶୋଭାଯାତ୍ରା, ପ୍ରତିବାଦ ପାଇଁ ପୂର୍ବରୁ ସରକାରଙ୍କ ଠାରୁ ଅନୁମତି ନେବା ବିଧେୟ ବୋଲି ସୂଚନା ରହିଛି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଏହାକୁ ଦଣ୍ଡନୀୟ ଅପରାଧ କରାଯାଇ ଦଣ୍ଡବ୍ୟବସ୍ଥା ରହିବ ବୋଲି ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.