Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଭୁବନେଶ୍ବରରୁ 17 ପଜିଟିଭ୍‌
ଆଜିର ଖବର

ଆଜି ଭୁବନେଶ୍ବରରୁ 17 ପଜିଟିଭ୍‌

July 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 17 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 10 ଜଣ ଲୋକାଲ୍‌ କେସ୍‌ ଥିବାବେଳେ 5 ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଦୁଇ ଜଣ କୋଭିଡ୍‌ ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍‌ସି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କୋଭିଡ୍‌ ଯୋଦ୍ଧା ରହିଛନ୍ତି । ଦୁହେଁ ଏକ ଘରୋଇ କୋଭିଡ୍‌ ହସ୍ପିଟାଲର ପୁରୁଷ କର୍ମଚାରୀ ବୋଲି ସୂଚନା ରହିଛି । ଦୁହିଁଙ୍କ ବୟସ ଯଥାକ୍ରମେ 26 ଓ 35 ବର୍ଷ ବୋଲି ସୂଚନା ରହିଛି ।

10 ଲୋକାଲ୍‌ କେସ୍‌ ମଧ୍ୟରୁ  ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ଦୁଇଜଣ ଚିହ୍ନଟ ହୋଇଛନ୍ତ । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟା ମହିଳାଥିବାବେଳେ ଅନ୍ୟ ଜଣେ 30 ବର୍ଷୀୟ ପୁରୁଷ । ସେହିପରି ପଟିଆ ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ 63 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ବିଜେପି ନଗର ପାଟିଟାଙ୍କି ବସ୍ତିରୁ 23 ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସେହିପରି ଶତାବ୍ଦୀ ନଗର ଲେନ୍‌ -1ରୁ ଜଣେ 29 ବର୍ଷୀୟା ଯୁବତୀ ଥିବାବେଳେ ଚକେଇସିଆଣି ମଙ୍ଗଳା ମନ୍ଦିର ନିକଟରୁ 67ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ଆଜି ଲୋକାଲ୍‌ କେସ୍‌ରେ ଜଣେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 32 ବର୍ଷୀୟା ମହିଳା ଚିହ୍ନଟ ହୋଇଥିବାବେଳେ ସେଣ୍ଟ୍ରାଲ୍‌ ସରକାରୀ ହସ୍ପିଟାଲରୁ 2 ଜଣ ପୁରୁଷ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଦୁହିଁଙ୍କ ବୟସ ଯଥାକ୍ରମେ 22 ଓ 26 ବର୍ଷ ବୋଲି ସୂଚନା ରହିଛି।

ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 5 ଜଣଙ୍କ ମଧ୍ୟରେ ଜୟଦେବ ବିହାରରୁ ଜଣେ 25 ବର୍ଷୀୟ ଯୁବକ ଥିବାବେଳେ ପଟିଆ, ବିଗ୍‌ବିଜାରନିକଟରୁ ଦୁଇଜଣ ରହିଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ଥିବାବେଳେ ଆଉ ଜଣେ 3 ବର୍ଷର ବାଳକ ବୋଲି ସୂଚନା ରହିଛି ।

ସେହିପରି ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚନ୍ଦ୍ରଶେଖରପୁରରୁ ଜଣେ 22 ବର୍ଷୀୟା ଯୁବତୀ ଥିବାବେଳେ ଅନ୍ୟ ଜଣେ ଚାରି ନମ୍ବର ଏମଏଲ୍‌କଲୋନୀରୁ 32 ବର୍ଷୀୟ ଯୁବକ ରହିଛନ୍ତି ।

Image

ସେହିପରି ଆଜି ଭୁବନେଶ୍ବରରୁ 4ଜଣ ସୁସ୍ଥ ହୋଇଛନ୍ତି । ନୂତନ 17 ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 450କୁ ବୃଦ୍ଧି ହୋଇଛି । ସେହିପରି ଭୁବନେଶ୍ବରରୁ କରୋନା ଯୋଗୁଁ 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 274 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଭୁବନେଶ୍ବରରେ 169ଟି ସକ୍ରିୟ ମାମଲା ରହିଛି।

କୋଭିଡ୍‌ ଯୋଦ୍ଧା ବିଏମ୍‌ସି
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

January 27, 2026

କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

January 27, 2026

ରେଢ଼ାଖୋଲ ପ୍ରେସ କ୍ଳବ ତରଫରୁ କିଛି ବସର ସମ୍ପ୍ରସାରଣ ଓ ଟିକେଟ ବୁକିଙ୍ଗ କାଉଣ୍ଟର ଦାବୀ

January 27, 2026
Latest News

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

January 27, 2026

କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

January 27, 2026

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

January 27, 2026

ରେଢ଼ାଖୋଲ ପ୍ରେସ କ୍ଳବ ତରଫରୁ କିଛି ବସର ସମ୍ପ୍ରସାରଣ ଓ ଟିକେଟ ବୁକିଙ୍ଗ କାଉଣ୍ଟର ଦାବୀ

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.