Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ପ୍ରଶାସନର ଦୃଷ୍ଟି ଆଢୁଆଳରେ ବିଚରା ସୁରେନ୍ଦ୍ର : ଜୀବନ ସଂଗ୍ରାମ ସହ ଏକାକୀ କରୁଛନ୍ତି ଲଢେଇ
ଆଜିର ଖବର

ଚିଲିକା ପ୍ରଶାସନର ଦୃଷ୍ଟି ଆଢୁଆଳରେ ବିଚରା ସୁରେନ୍ଦ୍ର : ଜୀବନ ସଂଗ୍ରାମ ସହ ଏକାକୀ କରୁଛନ୍ତି ଲଢେଇ

July 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା : ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଗୁଡିଏ କଲ୍ୟାଣମୂଳକ ଯୋଜନା କରିଛନ୍ତି । ଏହି ଯୋଜନା ଜରିଆରେ ପ୍ରକୃତ ହିତାଧିକାରୀ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା କ’ଣ ସତରେ ଯୋଗ୍ୟହିତାଧିକାରୀ ପାଖରେ ପହଞ୍ଚିପାରୁଛି, ତାହା ଏବେ ଏକ ବିରାଟ ପ୍ରଶ୍ନ । ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରିଥିବାବେଳେ ଅସଲ ହିତାଧିକାରୀ ପାଖରେ ଏହା ଅପହଞ୍ଚ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳର ଜଣେ ଗରିବ ତଥା ଅସହାୟ ପକ୍ଷଘାତ ରୋଗୀ ସୁରେନ୍ଦ୍ରନାଥ ରୋଗରେ ପଡି ସରକାରୀ ସାହାଯ୍ୟ ପାଇଁ ବିକଳ ଅନୁରୋଧ କରୁଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରୁନି ପ୍ରଶାସନ ।

ସୁରେନ୍ଦ୍ରନାଥ ବେହେରା, ବୟସ 46,  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ ପରବଳ ଗ୍ରାମ । ତାଙ୍କର ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ(40 ବର୍ଷ), ପୁଅ ଏବଂ ଝିଅ । ଯାହାକିଛି ରୋଜଗାର କରୁଥିଲେ ସେଥିରେ ଛୋଟ ପରିବାର ଟି ସୁରୁଖୁରୁରେ ଚଳିଯାଉଥିଲା  । କିନ୍ତୁ ପ୍ରାୟ 2 ବର୍ଷ ତଳେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ଆରମ୍ଭ ହେଲା  । ଯନ୍ତ୍ରଣା ବଢ଼ିବାରୁ ସେ ନିକଟସ୍ଥ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସତ ହେଲେ ।  କିଛିଦିନ ଚିକିତ୍ସା ପରେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ  । ଏହାପରେ ସେ ବସନ୍ତମଞ୍ଜରୀ ନନ୍ଦ ସରକାରୀ ଡାକ୍ତରଖାନା, ଚାନ୍ଦପୁରରେ ଚିକିତ୍ସତ ହେଲେ ଏବଂ ଅନେକ ଟଙ୍କାର ଔଷଧ ସେବନ ପରେ ବି ଯନ୍ତ୍ରଣା କମିବାର ନାଁ ଧରିଲାନି । ପରେ ସେ ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସା ପାଇଁ ଗଲେ ଏବଂ ସେଠି ସମସ୍ତ ପରୀକ୍ଷା ନିରୀକ୍ଷା କରିବାରୁ ଜଣାପଡିଲା ଯେ ତାଙ୍କର ମେରୁଦଣ୍ଡରେ କିଛି ସମସ୍ୟା ରହିଛି ଯାହାର ଏକମାତ୍ର ବିକଳ୍ପ ହେଉଛି ଅସ୍ତ୍ରୋପଚାର ବୋଲି ଡାକ୍ତର କହିଲେ  । କିନ୍ତୁ ଅସ୍ତ୍ରୋପଚାର ପାଇଁ ଅର୍ଥ ଯୋଗାଡ କରିବା ସୁରେନ୍ଦ୍ର ଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇପଡିଲା  କାରଣ ଶ୍ରୀ ବେହେରା ହିଁ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ଅସୁସ୍ଥ ହେବା ପରଠାରୁ 1 ଟଙ୍କା ରୋଜଗାର କରିବା ପାଇଁ ତାଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇପଡିଛି । ବରଂ ଯାହାକିଛି ମୁଲଲାଗି ସ୍ୱଳ୍ପ  ଅର୍ଥ ସଞ୍ଚୟ କରି ରଖିଥିଲେ ତାହା ମଧ୍ୟ ବିଭିନ୍ନ ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ସରିଗଲା l

ପରିଶେଷରେ ଉପାୟଶୂନ୍ୟ ହୋଇ ସେ ନିଜର ଭିଟାମାଟି ଖଣ୍ଡକକୁ ବନ୍ଧକ ରଖି ତା 6.03.2019ରେ ଅସ୍ତ୍ରୋପଚାର କରାଇଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ଏପରିକି ସଫଳ ଅସ୍ତ୍ରୋପଚାର ପରେ ସେ ପକ୍ଷାଘାତ ରୋଗର ଶିକାର ହୋଇଗଲେ  l ତାଙ୍କର ଅଣ୍ଟା ଠାରୁ ତଳକୁ ଥିବା ଶରୀରର ସବୁ ଭାଗ ଅକାମି ହୋଇଗଲା । ଦିନକୁ ଦିନ ତାଙ୍କ ପରିବାର ଅଭାବ ଅନଟନ ରେ ଏମିତି ବୁଡ଼ିଗଲେ ଯେ ଦିନକୁ ଦୁଇ ମୁଠା ଖାଦ୍ୟ ମଧ୍ୟ ଯୋଗାଡ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଲା । ଗାଁ ର ସାହି ପଡିଶା ଲୋକ କିଏ କେତେବେଳେ କଣ ଟିକେ ଦେଲେ ସେମାନେ ଖାଦ୍ୟ ପାଆନ୍ତି ନହଲେ ସାରାଦିନ ଉପବାସରେ ଚଳନ୍ତି  ।

ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାରୁ ସେ ସ୍ଥାନୀୟ ସରପଞ୍ଚଙ୍କୁ ମୌଖିକ ଭାବେ ନିଜର ଅସୁବିଧା ଜଣାଇଥିଲେ । ଏତଦବ୍ୟତୀତ ଚିଲିକା ବ୍ଲକ ବି.ଡ଼ି.ଓ  ଏବଂ ତହସିଲଦାରଙ୍କୁ ଗତ ମାର୍ଚ୍ଚ ମାସରେ ଲିଖିତଭାବେ ନିଜର ସମସ୍ୟା ଅବଗତ କରାଇଥିଲେ । କିନ୍ତୁ ଲଜ୍ୟାର ବିଷୟ ଏପର୍ଯ୍ୟନ୍ତ କିଛି ବି ସରକାରୀ ସାହାଯ୍ୟ ତାଙ୍କ ନିକଟକୁ ପହଞ୍ଚିନାହି । କିଛିଦିନ ତଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଚିଲିକା ଖଣ୍ଡର କିଛି ସ୍ୱୟଂ ସେବକ ଭାଇମାନେ ସୁରେନ୍ଦ୍ରକୁ ଭେଟି କିଛି ଆର୍ଥିକ ସହାୟତା କରିଥିଲେ, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପରି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ନାନା ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ସରକାରୀ ବାବୁମାନେ ସେ ସବୁକୁ ଅଣଦେଖା କରି ଆଖି ବୁଜି ଦେଉଛନ୍ତି । ସରକାରୀ  ପ୍ରତିଶୃତି କେବଳ ପାଣିର ଗାର ବୋଲି ପ୍ରମାଣିତ ହୋଇଛି ସୁରେନ୍ଦ୍ରଙ୍କ କ୍ଷେତ୍ରରେ । ଏଭଳି ପରିସ୍ଥିତିରେ ତାଙ୍କର ପକ୍ଷାଘାତ ରୋଗର ଚିକିତ୍ସା, ପରିବାର ପ୍ରତିପୋଷଣ ଏବଂ ପିଲାମାନଙ୍କ ପାଠପଢା କିପରି ହେବ ସେଥିପାଇଁ ସେ ଚିନ୍ତିତ ହୋଇପଡି ମାନସିକ ଚାପରେ ଅଛନ୍ତି।

ସମୀକ୍ଷା ନିୟୁଜ ମାଧ୍ୟମରେ ବିକଳ ହୋଇ କୋହଭରା କଣ୍ଠରେ ସରକାରୀ ସାହାଯ୍ୟ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କଠୁ ସାହାଯ୍ୟ ପାଇଁ ହାତଯୋଡ଼ି ନିବେଦନ କରିଛନ୍ତି ସୁରେନ୍ଦ୍ର। ସୁରେନ୍ଦ୍ର ପରି ଜଣେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଚିଲିକା ବ୍ଲକ ଏବଂ ତହସିଲ ପ୍ରଶାସନ କେବେ ନିଦରୁ ଉଠୁଛି, ତାହା ଦେଖିବାକୁ ବାକି ରହିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.