Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ କୋଭିଡ-19 ସଂକ୍ରମଣ ହାର 6.73 ପ୍ରତିଶତ, ପଂଜାବରେ ସଂକ୍ରମଣ ହାର ସର୍ବନିମ୍ନ 1.92 ପ୍ରତିଶତ
ଆଜିର ଖବର

ଦେଶରେ କୋଭିଡ-19 ସଂକ୍ରମଣ ହାର 6.73 ପ୍ରତିଶତ, ପଂଜାବରେ ସଂକ୍ରମଣ ହାର ସର୍ବନିମ୍ନ 1.92 ପ୍ରତିଶତ

July 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଏବେ ବିଶ୍ବରେ ଆମେରିକା ଓ ବ୍ରାଜିଲ ପଛକୁ ତୃତୀୟ ସ୍ଥାନରେ ଥିବା ଭାରତରେ ସୋମବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ ପାଖାପାଖି ପହଞ୍ଚିଛି। ସରକାର କହିଛନ୍ତି ଜାତୀୟ ସ୍ତରରେ କୋଭିଡ-19 ପଜିଟିଭ ରୋଗୀଙ୍କ ହାର 6 ଦଶମିକ 73 ପ୍ରତିଶତରେ ପହଞ୍ଚିଛି। ପଂଜାବରେ ସଂକ୍ରମିତ ରୋଗୀଙ୍କ ହାର ସର୍ବନିମ୍ନ 1ଦଶମିକ 92 ପ୍ରତିଶତ ରହିଛି। ପ୍ରତି 10 ଲକ୍ଷ ଲୋକଙ୍କ ସ୍ବାବ ନମୁନା ପରୀକ୍ଷା ଆଧାରରେ ପଜିଟିଭ ହାର ପ୍ରସ୍ତୁତ ହୋଇଛି ।

ପୁରା ଦେଶରେ ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ 6 ହଜାର 859 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟରେ ଏହା ଦର୍ଶାଯାଇଛି। କୋଭିଡ-19 ପରିଚାଳନା ପାଇଁ ଅଧିକ ସଂଖ୍ୟାରେ ନମୁନା ସଂଗ୍ରହ ଓ ପରୀକ୍ଷା, ତୁରନ୍ତ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ଚିହ୍ନଟ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେବା ସହିତ ମିଳିତ ଭାବେ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯଗ ଫଳରେ ଜାତୀୟ ସଂକ୍ରମଣ ହାର 6 ଦଶମିକ 73 ପ୍ରତିଶତରେ ସୀମିତ ରହିଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 24 ହଜାର 248ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 425 ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 97 ହଜାର 413ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 16 ହଜାର 693 ଛୁଇଁଛି।

ମିଳିଥିବା ତଥ୍ୟ ଆଧାରରେ ଜୁଲାଇ 5 ସୁଦ୍ଧା ପୁଡୁଚେରୀ, ଚଣ୍ଡିଗଡ଼, ଆସାମ, ତ୍ରିପୁରା, କର୍ଣ୍ଣାଟକ, ରାଜସ୍ଥାନ, ଗୋଆ ଓ ପଂଜାବରେ ସଂକ୍ରମଣ ହାର ଜାତୀୟ ହାର ତୁଳନାରେ କମ୍ ରହିଛି। ନୂତନ ରାପିଡ ଆଣ୍ଟିଜେନ ଟେଷ୍ଟ ଫଳରେ ପ୍ରାୟ ଅଧଘଣ୍ଟା ଭିତରେ ରିପୋର୍ଟ ମିଳି ପାରୁଛି। (ଏଜେନସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Latest News

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.