
ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ଭବିଷ୍ୟବାଣୀ କରି କହିଛନ୍ତି କି, ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଶରଦ ପାୱାରଙ୍କ କହିବାନୁସାରେ, ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବନି। ତାଙ୍କୁ ବହୁମତରୁ କମ୍ ସିଟ୍ ମିଳିବ। ବିଜେପି ସବୁଠାରୁ ବଡ ଦଳ ହୋଇପାରେ। କିନ୍ତୁ ସବୁଠାରୁ ବଡ ଦଳ ହେବା ପରେ ସେ ନିଜ ମୁତାବକ ପ୍ରଧାନମନ୍ତ୍ରୀ ବନାଇପାରିବ ନାହିଁ। ତାଙ୍କୁ ଅନ୍ୟ ଦଳର ସହାୟତା ନେବାକୁ ପଡିବ ଏବଂ ଏହା ଯଦି ହେବ, ତେବେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଖୋଜିବାକୁ ପଡିବ। ଏନ୍ସିପି ଓ କଂଗ୍ରେସ ସହ ଆସନ ବୁଝାମଣା ନେଇ ନିଷ୍ପତ୍ତି ହୋଇସାରିଛି। ବହୁତ ଶୀଘ୍ର ଏହା ଔପଚାରିକ ଘୋଷଣା ହେବ। ନିର୍ବାଚନ ଲଢ଼ିବା ସମ୍ଭାବନା ଉପରେ ବିରାମ ଦେଇ ପାୱାର କହିଛନ୍ତି କି, “ତାଙ୍କ ପରିବାରର ଦୁଇ ଜଣ ସଦସ୍ୟ ୨୦୧୯ ଲୋକସଭା ନିର୍ବାଚନ ଲଢୁଥିବାରୁ ସେ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି।