ଭୁବନେଶ୍ୱର: ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ କାର୍ଯ୍ୟାଳୟକୁ ବିଏମ୍ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଆରଟିଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ଶାଖାକୁ ମଧ୍ୟ ବିଏମ୍ସି ପକ୍ଷରୁ ବନ୍ଦ କରି ଦିଆଯାଇଛି। କଟକ ରୋଡ୍ ଶାଖା ଓ ଶ୍ରୀୟା ଟକିଜ୍ ନିକଟସ୍ଥ ମୁଖ୍ୟାଳୟର ସେଲ୍ସ୍ ସେକ୍ସନକୁ ବନ୍ଦ କରାଯାଇଛି। ଆଇସିଆଇସିଆଇରୁ 15 ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଭୁବନେଶ୍ୱର ବିଏମସି ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।