ବିଶ୍ଵକପ ପୂର୍ବରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବଡ ମୁକାବାଲା

Published: Mar 13, 2019, 2:04 pm IST

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀର କୋଟଲାଠାରେ ଅନ୍ତିମ ଦିନିକିଆ ଖେଳାଯିବା। ଏହି ମ୍ୟାଚ ଉଭୟଦଳଙ୍କ ପାଇଁ କର ବା ମର ପରିସ୍ଥିତିରେ ପହଞ୍ଚିଛି। ଚଳିତ ପେଟିଏମ ଅନ୍ତର୍ଜାତୀୟ ଦିନିକିଆ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଯେଉଁ ଦଳ ବିଜୟଲାଭ କରିବ ସେହି ଦଳ ଶୃଙ୍ଖଳା ହାତେଇବ। ତେଣୁ ଦୁଇଦଳଙ୍କ ପାଇଁ ଆଜିର ମ୍ୟାଚ ବଡ ମହତ୍ବପୂର୍ଣ୍ଣ। ଉଭୟଦଳ ନିଜନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ପଡିଆରେ ଖେଳ ପ୍ରଦର୍ଶନ କରି ଶୃଙ୍ଖଳାକୁ ହାସଲ କରିବା ପାଇଁ ଚେଷ୍ଟା କରିବେ। ବିରାଟ ବାହିନୀ ଘରୋଇ ପିଚରେ ନିଜର ଭଲ ଖେଳ ପ୍ରଦର୍ଶନ କରିବାପାଇଁ ଆଶା ରଖିଥିବା ବେଳେ, ସେପଟେ ଫିଞ୍ଚଙ୍କ ବାହିନୀ ମଧ୍ୟ ନିଜର ଭଲ ପ୍ରଦର୍ଶନକୁ ବଜାୟ ରଖିବ ବୋଲି ସଂକେତ ଦେଇଛି। ପୂର୍ବ ମ୍ୟାଚ ତଥା ଚତୁର୍ଥ ମ୍ୟାଚରେ ଯେଉଁଭଳି ଭାବରେ ଭ୍ରମଣକାରୀ ଦଳ ନିଜର ଖେଳ ପ୍ରଦର୍ଶନ କରି ଘରୋଇ ଦଳର ବିଶାଳ ସ୍କୋରକୁ ଅତିକ୍ରମ କରି ବିଜୟ ହୋଇଥିଲା ତାହା ଦେଖିବା ଯୋଗ୍ୟ ଥିଲା। ସେହି ମ୍ୟାଚରେ ଭାରତ ଦଳ ପ୍ରଥମେ ବ୍ୟାଟିଂ କରି ୩୫୮ ରନ କରିଥିଲା। କିନ୍ତୁ ଏହି ବିଶାଳ ସ୍କୋରକୁ ଅଷ୍ଟ୍ରେଲିଆ ଦଳ ଅତି ସହଜରେ ପୂରଣ କରିବାରେ ସମର୍ଥ ହେଇଥିଲା ଏବଂ ଶୃଙ୍ଖଳାକୁ ୨-୨ରେ ବରାବର କରିଥିଲା। ବିଶ୍ଵକପ ପୂର୍ବରୁ ଆଜିର ମ୍ୟାଚ ଦୁଇଦଳଙ୍କ ପାଇଁ ଶେଷ ସୁଯୋଗ ହୋଇଥିବାରୁ ଦୁଇଦେଶର ଖେଳପ୍ରେମୀ ଏହି ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବା ପାଇଁ ଚାହିଁବସିଛନ୍ତି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛନ୍ତି ।

Related posts