ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌ ହେଉଛି ଗାନ୍ଧି ଓ ଭଦ୍ରା ପରିବାର : ସ୍ମୃତି ଇରାନୀ

Published: Mar 13, 2019, 5:59 pm IST
smriti irani slams congress on gandhi family and robert vadra

କଂଗ୍ରେସକୁ ଟାର୍ଗେଟ୍‌ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍‌’ ବୋଲି କହିଛନ୍ତି। ସ୍ମୃତି ଇରାନୀ ମିଡିଆ ରିପୋର୍ଟର ଉଦାହରଣ ଦେଇ କହିଥିଲେ ରାହୁଲ ଗାନ୍ଧି ଏବଂ ଏଚ୍‌ଏଲ୍‌ ପହୱାନ୍‌ଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା ସାର୍ବଜନୀନ ହୋଇସାରିଛି। ଭଦ୍ରା ଓ ଗାନ୍ଧି ପରିବାର ପାରିବାରିକ ଭ୍ରଷ୍ଟାଚାରର ସଂଜ୍ଞା ନିର୍ଦ୍ଧାରଣ କରୁଛନ୍ତି । ଦସ୍ତାବିଜ୍‌ରୁ ଜଣାପଡ଼ିଛି ରବର୍ଟ ଭଦ୍ରା ଜମି ଦୁର୍ନୀତିର କେବଳ ଏକ ଅଂଶ ଥିଲେ ବୋଲି ସ୍ମୃତି ଦାବି କରିଛନ୍ତି ।  କେବଳ ଭଦ୍ରାଙ୍କର ନୁହେଁ ରାହୁଲଙ୍କର ମଧ୍ୟ ସଞ୍ଜୟ ଭଣ୍ଡାରୀଙ୍କ ସହିତ ସମ୍ପର୍କ ରହିଛି। କଂଗ୍ରେସ ବିଗତ ୭୦ ବର୍ଷରେ ଦେଶ ସହିତ ଧୋକାବାଜି କରିଛି ବୋଲି ସ୍ମୃତି କହିଛନ୍ତି ।

Related posts