ନୂଆଦିଲ୍ଲୀ : କରୋନା ଭାରତରେ ବେଶ୍ ଭୟଙ୍କର ହେଉଛି । ପ୍ରତିଦିନ 27, 28 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସହ ଅନେକ ମୁଣ୍ଡ ଯାଉଛି । ଦେଶରେ କରୋନା ସ୍ଥିତି ଜଟିଳ ହେଉଛି । ଆଜି ଦିନକରେ ପୁଣି 28 ହଜାର 500ରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 50 ହଜାର ନିକଟତର ହେବା ବେଳେ ମୃତ୍ୟୁ ସଂଖ୍ୟା 22 ହଜାର ପାର ହେଲାଣି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 28 ହଜାର 637 ନୂଆ ମାମଲା ସାମନାକୁ ଆସିଥିବାବେଳେ 551 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 8 ଲକ୍ଷ 49 ହଜାର 553 ରେ ପହଂଚିଛି । ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 22 ହଜାର 674 କୁ ବୃଦ୍ଧି ହୋଇଛି । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 34 ହଜାର 621ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 92ହଜାର 258 ସକ୍ରିୟ ଅଛନ୍ତି। (ଏଜେନ୍ସି)