
ଭଞ୍ଜନଗର : ଅସ୍ଥାୟୀ କୋଭିଡ୍ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଛି । ବେଲଗୁଣ୍ଠା ଏନ୍ଏସି ନୋଡାଲ ଜିଟି ହାଇସ୍କୁଲ କୋଭିଡ୍ କେନ୍ଦ୍ରରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ । ଗତକାଲି ଲକ୍ଷଣ ଦେଖାଦେବାରୁ କୋଭିଡ୍ କେନ୍ଦ୍ରକୁ ଅଣାଯାଇଥିଲା । ଆଜି ସକାଳେର ତାଙ୍କର ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ଏନେଇ ଖୋଳତାଡ ଆରମ୍ଭ ହୋଇଛି ।
Tags: କୋଭିଡ୍ କେନ୍ଦ୍ର, ମୃତ୍ୟୁ