Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ନୈରାଶ୍ୟଜନକ ପ୍ରଦର୍ଶନ : ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୩-୨ରେ ଶୃଙ୍ଖଳା ବିଜୟ
ଆଜିର ଖବର

ଭାରତର ନୈରାଶ୍ୟଜନକ ପ୍ରଦର୍ଶନ : ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୩-୨ରେ ଶୃଙ୍ଖଳା ବିଜୟ

March 13, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଶୃଙ୍ଖଳାକୁ ହାତ ଛଡା କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଧାର୍ଯ୍ୟ ୫୦ ଓଭରରେ ୯ ଉଇକେଟ ହରାଇ ୨୭୨ ରନ୍‌ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ୧୦୦ ଓ ପିଟର ହାଣ୍ଡସ୍କମ୍ବ ୫୨ ରନ୍‌ ସଂଗ୍ରହ କରିଥିଲେ।  ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୩ଟି, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ ନେଇଥିଲେ। ଭାରତ ୨୭୩ ରନର ଲକ୍ଷ୍ୟକୁ ପୂରଣ କରିବାପାଇଁ ପଡିଆକୁ ଓହ୍ଲାଇଥିଲା। କିନ୍ତୁ ପ୍ରାରମ୍ଭିକ ଯୋଡି ଦଳୀୟ ଖାତାରେ ୧୫ରନ ଯୋଗକରି ପ୍ରଥମ ୱିକେଟ ଶିଖର ଧବନଙ୍କ ରୂପରେ ହରାଇଥିଲା। ଶିଖର କେବଳ ୧୫ବଲରେ ୨ଟି ଚୌକା ସହ ୧୨ରନ କରି ବିଶ୍ରାମ କକ୍ଷକୁ ଫେରିଥିଲେ। ତାପରେ ଅଧିନାୟକ ବିରାଟ କୋହଲି ଦଳର ବ୍ୟାଟିଂ ଭାର ସମ୍ଭାଳିବାକୁ ପଡିଆ ମଧ୍ୟକୁ ଆସିଥିଲେ। କିନ୍ତୁ କୋହଲି ଅଧିକ ସମୟ ପିଚରେ ରହି ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୨୨ବଲରେ ୨୦ରନ ଦଳୀୟ ଖାତାରେ ଯୋଗକରି ଷ୍ଟୋଇନିସଙ୍କ ବଲରେ କ୍ୟାଚଆଉଟ ହୋଇ ପାବିଲିଅନକୁ ଫେରିଥିଲେ। ତାପରେ ଭାରତୀୟ ଦଳର ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା। ଦଳର ସମୁଦାୟ ସ୍କୋର ୧୩୨ରନ ଥିବାବେଳେ ୬ଟି ମୂଲ୍ୟବାନ ୱିକେଟର ପତନ ଘଟିସାରିଥିଲା। କେଦାର ଯାଦବ ଏବଂ ଭୁବନେଶ୍ବର କୁମାର କିଛି ସମୟ ପିଚରେ ଜମିରହି ଦଳୀୟ ସ୍କୋରକୁ ୨୨୩ ରନରେ ପହଞ୍ଚାଇ କ୍ରମାଗତ ଉଭୟ କ୍ୟାଚ ଆଉଟ ହୋଇ ଜିତିବାର ଆଶାକୁ ପୂରଣ କରିବାରେ ବିଫଳ ହୋଇଥିଲେ। କେଦାର ୫୭ବଲରେ ୪ଟି ଚୌକା ଏବଂ ଗୋଟିଏ ଛକ୍କା ସହାୟତାରେ ୪୪ ରନ, ଭୁବନେଶ୍ବର ୫୪ବଲରେ ୩ଟି ଚୌକା ଦୁଇଟି ଛକ୍କା ସହାୟତାରେ ୪୬ ରନ କରିଥିଲେ। ଏହିପରି ଭାବରେ ଦଳୀୟ ସ୍କୋର ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୩୭ରନ କରିବାରେ  ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ ୩୫ ରନରେ ଜିତି ଶୃଙ୍ଖଳାକୁ ୩-୨ରେ ହାସଲ କଲା। ଅଷ୍ଟ୍ରେଲିଆ ଦଳର ଉସମାନ ଖ୍ୱାଜା ମ୍ୟାନ ଅଫ ଦି ମ୍ୟାଚ ଏବଂ ପି.କୁମିନ୍ସ ମ୍ୟାନ ଅଫ ଦି ସିରିଜ ରୂପେ ପୁରଷ୍କୃତ ହୋଇଥିଲେ।

 

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Latest News

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.