ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଆଡ଼ଭାଇଜରି ଦେଲା କମିଶନରରେଟ ପୋଲିସ

Published: Mar 13, 2019, 6:56 pm IST

ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନକୁ ନେଇ ପୋଲିସ୍‌ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଉଛି। ପୋଲିସ କମିଶନରରେଟ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରିଦିଆଯାଇଛି। ଏହି ଆଡ୍‌ଭାରଇଜାରୀରେ ପ୍ରାର୍ଥୀଙ୍କୁ କିଛି ଗାଇଡ୍‌ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ ରାଲିରେ ରାସ୍ତା ଅବରୋଧ ନ କରିବା, ଶୋଭାଯାତ୍ରା ପାଇଁ ଆଗୁଆ ଅନୁମତି ନେବା, ଶୋଭାଯାତ୍ରାରେ ୧୦ରୁ ଅଧିକ ତିନି କିମ୍ବା ଚାରି ଚକିଆ ଯାନ ଏକାଠି ଯାଇପାରିବନି। ୧୦ରୁ  ଅଧିକ ଗାଡ଼ି ଏକାଠି ହେଲେ ଶହେ ମିଟର ବ୍ୟବଧାନ ରଖିବା ପ୍ରତି ଧ୍ୟାନ ଦେବା ସହିତ ଗାଡ଼ିରେ ଲଗାଯାଇଥିବା ଦଳୀୟ ପତାକା ୧ଫୁଟ ମଧ୍ୟରେ ରହିବା ଆବଶ୍ୟକତା ରହିଛି । ତେବେ ରାଲିରେ କେତେ ଲୋକ,କେତେ ଗାଡ଼ି ବ୍ୟବହାର କରାଯିବ, ତାହା ଉପରେ ଆଗୁଆ ତଥ୍ୟ ଦେବାକୁ ପଡ଼ିବ ବୋଲି ସୂଚନା ଦିଆଯାଇଛି। ସେହିପରି ହସ୍‌ପିଟାଲ୍‌, ସ୍କୁଲ ତଥା ଗହଳି ରାସ୍ତାରେ ରୋଡ୍‌ ସୋ’ ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ରାତି ୧୦ଟା ପରେ କିମ୍ବା ସକାଳ ୬ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କୁ ବିରୋଧ ମାମଲା ରୁଜୁ କରାଯିବ ବୋଲି ସୂଚନା ଦିଆଯାଇଛି ।

Related posts