
ପାଟନା, ଜୁଲାଇ ୧୬ରୁ ୩୧ ତାରିଖ ଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଏହା ଘୋଷଣା କରିଛନ୍ତି। ଟୁଇଟର୍ ହ୍ୟାଣ୍ଡଲ୍ରେ ମୋଦୀ କହିଛନ୍ତି ଯେ, ସମସ୍ତ ମୁନିସପାଲ୍, ଜିଲ୍ଲା, ସବ୍-ଡିଭିଜନ୍ ଏବଂ ବ୍ଲକ୍ ମୁଖ୍ୟାଳୟସ୍ତରରେ ଲକ୍ଡାଉନ୍ ବଳବତ୍ତର ରହିବ। ଏଥିନିମନ୍ତେ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯିବ। ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକରେ ଲକ୍ଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଅନ୍ୟ ଏକ ଘଟଣାରେ, ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ୭୫ ଜଣ ଦଳୀୟ ନେତା ଏବଂ କର୍ମଚାରୀ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତେଣୁ, ଗତକାଲି ପାଟନାସ୍ଥିତ ବିଜେପି ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ୧୦୦ ଜଣ ନେତା ଓ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ୨୪ ଜଣଙ୍କର ନମୁନା ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା।