ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବାହାର ଜିଲ୍ଲାର 5 ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି । 4 ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ଏହି 5 ଅଧିକାରୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବେ । 5ଜଣ ଓଏଏସ୍ ଅଧିକାରୀଙ୍କ ସହିତ 32ଜଣ ଓଆରଏସ୍ ଅଧିକାରୀଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି ।
20ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଏତଦ୍ବ୍ୟତୀତ 100 ଜଣ ଏଏମ୍ଓ ଓ ଏଚ୍ଏମ୍ଓଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି । ଏଏମ୍ଓ ଓ ଏଚ୍ଏମ୍ଓଙ୍କୁ 16 ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ସେହିପରି ବାହାର ଜିଲ୍ଲାରୁ 22 ଜଣ ଡାକ୍ତରଙ୍କୁ ଗଞ୍ଜାମ ଡିଏଚଏଚ୍କୁ ପଠାଯାଇଛି । ଡାକ୍ତରୀ ପିଜି ଶେଷ କରିଥିବା 8 ଡାକ୍ତରଙ୍କୁ ମଧ୍ୟ ଗଞ୍ଜମା ଡିଏଚଏଚ୍କୁ ପଠାଯାଇଛି । ଏକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମଧ୍ୟ ଗଞ୍ଜାମ ପଠାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ 6 ଜଣ ବରିଷ୍ଠ ଓଏଏସ୍ ଅଫିସର ଓ 3ଜଣ ଆଇଏଏସ ଅଫିସରଙ୍କୁ ଗଞ୍ଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ପଠାଇଥିଲେ ।