Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ସରକାରଙ୍କ ’ମିଶନ ଗଞ୍ଜାମ’ : ପୁଣି ଗଞ୍ଜାମ ଗଲେ 5 ଓଏଏସ୍ ଓ 32 ଓଆରଏସ୍‌
ଆଜିର ଖବର

ରାଜ୍ୟ ସରକାରଙ୍କ ’ମିଶନ ଗଞ୍ଜାମ’ : ପୁଣି ଗଞ୍ଜାମ ଗଲେ 5 ଓଏଏସ୍ ଓ 32 ଓଆରଏସ୍‌

July 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବାହାର ଜିଲ୍ଲାର 5 ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି । 4 ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ଏହି 5 ଅଧିକାରୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବେ । 5ଜଣ ଓଏଏସ୍ ଅଧିକାରୀଙ୍କ ସହିତ 32ଜଣ ଓଆରଏସ୍‌ ଅଧିକାରୀଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି ।

20ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଏତଦ୍‌ବ୍ୟତୀତ 100 ଜଣ  ଏଏମ୍‌ଓ ଓ ଏଚ୍‌ଏମ୍‌ଓଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି । ଏଏମ୍‌ଓ ଓ ଏଚ୍‌ଏମ୍‌ଓଙ୍କୁ 16 ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ସେହିପରି ବାହାର ଜିଲ୍ଲାରୁ 22 ଜଣ ଡାକ୍ତରଙ୍କୁ ଗଞ୍ଜାମ ଡିଏଚଏଚ୍‌କୁ ପଠାଯାଇଛି । ଡାକ୍ତରୀ ପିଜି ଶେଷ କରିଥିବା 8 ଡାକ୍ତରଙ୍କୁ ମଧ୍ୟ ଗଞ୍ଜମା ଡିଏଚଏଚ୍‌କୁ ପଠାଯାଇଛି । ଏକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମଧ୍ୟ ଗଞ୍ଜାମ ପଠାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ 6 ଜଣ ବରିଷ୍ଠ ଓଏଏସ୍ ଅଫିସର ଓ 3ଜଣ ଆଇଏଏସ ଅଫିସରଙ୍କୁ ଗଞ୍ଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ପଠାଇଥିଲେ ।

କରୋନା ଗଞ୍ଜାମ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026
Latest News

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026

ଆଜି ୯ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

January 9, 2026

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.