
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ 98 ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଗଂଜାମରୁ 84, ସୁନ୍ଦରଗଡ଼ରୁ 46, ଗଜପତିରୁ 36, ଝାରସୁଗୁଡାରୁ 30 ଜଣ ସୁସ୍ଥ ହୋଇଛନ୍ତି। କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ 17 ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।
ଖୋର୍ଦ୍ଧାରୁ 12,ଅନୁଗୁଳରୁ 8, ସୋନପୁରରୁ 7, ବରଗଡ଼ରୁ 6, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ 5 ଜଣ ଲେଖାଏଁ, ଢେଙ୍କାନାଳରୁ 4 ଜଣ, ଭଦ୍ରକ ଓ ବାଲେଶ୍ବରରୁ 3 ଲେଖାଏଁ, କଟକରୁ 2 ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତିା। ରାଜ୍ୟରେ ଏଯାବତ କରୋନ ଆରୋଗ୍ୟଙ୍କ ସଂଖ୍ୟା 10 ହଜାର 877କୁ ବୃଦ୍ଧି ପାଇଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେଉଁ ଜିଲ୍ଲାରୁ କେତେ ସୂସ୍ଥ ହୋଇଛନ୍ତି ତାର ସୂଚନା ଦିଆଯାଇଛି।
Tags: କରୋନା ଆକ୍ରାନ୍ତ ସୁସ୍ଥ