ଲକ୍‌ଡାଉନ୍‌ କଟକଣାରୁ କାହାକୁ ଦିଆଯାଇଛି ବାଦ୍‌, ଜାଣନ୍ତୁ

Published: Jul 16, 2020, 9:26 pm IST

ଭୁବନେଶ୍ବର : ଲକ୍‌ଡାଉନ୍‌ କଟକଣା ନେଇ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ଏହି ଲକ୍‌ ଡାଉନ୍‌ ସମୟରେ  କଟକଣାରୁ ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ ବାଦ୍‌ ରହିବେ। ସେହିପରି ଟେଲିକମ୍‌, ପୋଷ୍ଟ ଅଫିସ୍‌ ଓ ଟ୍ରେଜେରୀ ଖୋଲା ରହିବ। ସେହିପରି ପାଣିପାଗ ବିଭାଗ ଓ ଜାତୀୟ ସୂଚନା କେନ୍ଦ୍ର ଖୋଲା ରହିବ।

ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଖୋଲା ରହିବ। କ୍ଲିନିକ୍‌, ନର୍ସିଂହୋମ୍‌ ଓ ଔଷଧ ଦୋକାନ ଖୋଲା ରହିବ। ଆମ୍ବୁଲାନ୍ସ, ଡାକ୍ତର, ପାରା ମେଡ଼ିକାଲ୍‌ ଓ ସ୍ବାସ୍ଥ୍ୟକର୍ମୀ କଟକଣାମୁକ୍ତ। ପରିମଳ, ଜଳଯୋଗାଣ, ସ୍ବରେଜ କାର୍ଯ୍ୟ କଟକଣାମୁକ୍ତ ରହିବ। ସେହିପରି ବିଭିନ୍ନ ସଂସ୍ଥା ମାଧ୍ୟମରେ ଘରକୁ ଖାଦ୍ୟ ହୋମ୍‌ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି। ଏହି ସମୟରେ ଗ୍ରୋସେରୀ, ପରିବା, ଅଣ୍ଡା, ମାଛ, ମାଂସ ଆଦି ହୋମ୍‌ ଡେଲିଭରୀ ହୋଇପାରିବ ବୋଲି ସୂଚନା ରହିଛି।

ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ କଟକଣାମୁକ୍ତ ରହିଥିବାବେଳେ କମିଶନରେଟ୍‌ ଓ ଜିଲ୍ଲା ପୋଲିସ୍‌ ଦ୍ବାରା ଚିହ୍ନଟ ସାମ୍ବାଦିକଙ୍କୁ ଅନୁମତି ମିଳିବ ବୋଲି ସୂଚନା ରହିଛି। ଘରୋଇ ପରିବହନ ଓ ଟ୍ୟାକ୍ସି ଓଲା, ଉବେରକୁ ଅନୁମତି।

Related posts