Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓପିଡି ସାମୟିକ ବନ୍ଦକୁ ନେଇ ପ୍ରକାଶିତ ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଲେ ଖୋର୍ଦ୍ଧା ସିଡିଏମ୍‌ଓ
ଆଜିର ଖବର

ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓପିଡି ସାମୟିକ ବନ୍ଦକୁ ନେଇ ପ୍ରକାଶିତ ଗୁଜବ ଖବର ଉପରେ ପ୍ରତିକ୍ରିୟା ରଖିଲେ ଖୋର୍ଦ୍ଧା ସିଡିଏମ୍‌ଓ

July 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓପିଡିକୁ ସାମୟିକ ବନ୍ଦ ହୋଇଥିବା ନେଇ ଏକ ଗୁଜବ ପ୍ରକାଶିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ସିଡିଏମ୍‌ଓ ବିଶ୍ବରଞ୍ଜନ ପତି। ନିକଟରେ ବାଲୁଗାଁଠାରୁ ଏକ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଥିବାସ୍ଥଳେ ସମ୍ପୃକ୍ତ ବ୍ୟକ୍ତି  ଜଣକ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇଥିଲେ। ଏହା ଜଣାପଡିବା ପରେ ଗତକାଲି ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡିକୁ କିଛି ସମୟ ପାଇଁ ବନ୍ଦ ରଖି ସାନିଟାଇଜେସନ୍‌ କରାଯାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ବାଲୁଗାଁ ଓପିଡି ବନ୍ଦ ହୋଇଛି ବୋଲି ନ୍ୟୁଜ୍‌ ପ୍ରସାରଣ କରିଥିଲେ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମନରେ ନାନା ପ୍ରକାର ଆଶଙ୍କା ସୃଷ୍ଟି ହୋଇଥିଲା।

ତେବେ  ବାଲୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଓପିଡି ବନ୍ଦ ହେବା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ସିଡିଏମ୍‌ଓ। ଏପରି ନ୍ୟୁଜ୍‌ ପ୍ରସାର କରି ଜନସାଧାରଣଙ୍କୁ ଭୟଭୀତ କରାନ୍ତୁ ନାହିଁ ବୋଲି କହିଛନ୍ତି  ସିଡିଏମ୍‌ଓ । ତେବେ ପରବର୍ତ୍ତୀ ସମୟରେ କରୋନା ଅବସ୍ଥା ଦେଖି ଅନ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଡିଏମ୍‌ଓ । ଠିକ୍‌ ତଥ୍ୟ ନେଇ ନ୍ୟୁଜ୍‌ ପରିବେଷଣ କରିବା  ଗଣମାଧ୍ୟମର ଦାୟିତ୍ବ ବୋଲି କହିଛନ୍ତି। ଯେକୌଣସି ବ୍ୟକ୍ତି ଏପରି ଗୁଜବ ଖବର ପ୍ରଚାର କରିବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଟେଲି ମେଡିସିନ୍‌ର ସୁଯୋଗ ନେବାପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଅତି ଜରୁରୀ ନ ହେଲେ ଡାକ୍ତରଖାନା ନ ଆସିବାକୁ ନିବେଦନ କରିଛନ୍ତି ସିଡିଏମ୍ଓ।

ସେହିପରି ଏହି ଗୁଜବ ଖବର ସମ୍ପର୍କରେ ଆମ ପ୍ରତିନିଧି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କୁ ସମ୍ପର୍କ କରିଥିବାବେଳେ ସେ ଏ ସମ୍ପର୍କରେ ସରକାରୀ ସ୍ତରରେ କୌଣସି ଆନୁସଙ୍ଗିକ ତଥ୍ୟ ନଥିବାର କହିଥିଲେ।

ସୂଚନାଯୋଗ୍ୟ, ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ୪୮ ଘଣ୍ଟା ପାଇଁ ବନ୍ଦ ରହିଥିବା ନେଇ ଏକ ଖବରକାଗଜରେ ଖବର ପ୍ରକାଶିତ ହେବା ସହିତ ସୋସିଆଲ ମିଡିଆରେ ଏ ସମ୍ପର୍କିତ ଗୁଜବ ଖବର ପ୍ରଚାର ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ RVR ପ୍ରୋଜେକ୍ଟସର ଏମ୍.ଡି.

January 1, 2026

ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

January 1, 2026
Latest News

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026

ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ RVR ପ୍ରୋଜେକ୍ଟସର ଏମ୍.ଡି.

January 1, 2026

ନଡ଼ିଆ ବର୍ଜ୍ୟକୁ ଅର୍ଥନୈତିକ ଏବଂ ପରିବେଶଗତ ଲାଭରେ ରୂପାନ୍ତରିତ କରୁଛନ୍ତି ଭାରତର ସହରାଞ୍ଚଳ ସଂସ୍ଥା

January 1, 2026

ନୂଆବର୍ଷର ଘରକୁ ଆଣନ୍ତୁ ଏହିସବୁ ଜିନିଷ, ମିଳିବ ଶୁଭ ଫଳ

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.