କନ୍ଦର୍ପ ବେହେରା
ରେଢାଖୋଲ: ସାରା ବିଶ୍ୱରେ କରୋନା କାୟାବିସ୍ତାର କରି ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍ଡିଭିଜନ ଏଥିରୁ ବାଦ୍ ପଡି ନ ଥିବା ଜଣା ପଡିଛି। ବାହାର ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିବା ଲୋକମାନେ ରାଜ୍ୟକୁ ପଳାଇ ଆସିବାରୁ ଏହି ରୋଗ ବ୍ୟାପିବାରେ ଲାଗିଛି ।
ରେଢାଖୋଲ ସବଡିଭିଜନରେ ଗୋଟିଏ ଦିନରେ ୭ କରୋନା ରୋଗୀ ଚିହ୍ନଟ ହେବା ପରେ ଆଜି ରେଢାଖୋଲ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି ।
ପ୍ରକାଶ ଯେ- ରେଢାଖୋଲ ଏନ୍ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଡାକ୍ତରଖାନାର ୧୦୮ ର ଜଣେ କର୍ମଚାରୀ , ରେଢାଖୋଲର ଜଣେ ୧୨ ବର୍ଷର ବାଳକ, ରେଢାଖୋଲର ଜଣେ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଛି । ଠିକ୍ ସେଇ ପରି ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରେଢାଖୋଲ ବ୍ଲକ୍ ର ୨ ଜଣ ଥିବା ବେଳେ ନାକଟିଦେଉଳ ବ୍ଲକ ଡଇଁଚା ପଂଚାୟତର ଗୋପାଳପୁର ଜଣେ କରୋନା ରୋଗୀଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସେମାନଙ୍କୁ ଗତକାଲି କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ରେଢାଖୋଲ ଅଂଚଳରେ ଗୋଟେ ଦିନରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେବା ଏଇଟା ପ୍ରଥମ ଘଟଣା । ରେଢାଖୋଲ ସହରକୁ ସାନିଟାଇଜ୍ କରାଯିବ ବୋଲି ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ ପ୍ରକାଶ କରିଛନ୍ତି ।ା