
ଭୁବନେଶ୍ବର : ଆଜି ରାଜ୍ୟରେ 591 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 25ଟି ଜିଲ୍ଲାରୁ ମୋଟ୍ 591 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 182 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 121, କଟକରୁ 38, ବରଗଡରୁ 35, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁରରୁ 22 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ 20, ଯାଜପୁରରୁ 19, ସୁନ୍ଦରଗଡରୁ 18, ବାଲେଶ୍ବରରୁ 13, ନୟାଗଡରୁ 11, ବଲାଙ୍ଗିର ଓ ଢେଙ୍କାନାଳରୁ 9 ଜଣ ଲେଖାଏଁ ରହିଛନ୍ତି । ମାଲ୍କାନଗିରି, କେନ୍ଦ୍ରାପଡାରୁ 8 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ପୁରୀ ଓ କେଉଁଝରର 6 ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧ ଓ ଝାରସୁଗୁଡାରୁ 5 ଜଣ ଲେଖାଏଁ ରହିଛନ୍ତି । ସେହିପରି କୋରାପୁଟରୁ 4, ଭଦ୍ରକ ଓ ଦେବଗଡରୁ 3ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳ ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି ।
Tags: କରୋନା ଆକ୍ରାନ୍ତ