Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମମତାଙ୍କ ଶିବିର ଛାଡ଼ି ମୋଦିଙ୍କ କ୍ୟାମ୍ପ୍‌ରେ ବିଧାୟକ ଅର୍ଜୁନ ସିଂହ
ଆଜିର ଖବର

ମମତାଙ୍କ ଶିବିର ଛାଡ଼ି ମୋଦିଙ୍କ କ୍ୟାମ୍ପ୍‌ରେ ବିଧାୟକ ଅର୍ଜୁନ ସିଂହ

March 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
former tmc mla arjun singh joins bjp
former tmc mla arjun singh joins bjp

୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟ୍‌କା ଲାଗିଛି। ଟିକେଟ୍‌ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ହୋଇ ବିଧାୟକ ଅର୍ଜୁନ ସିଂହ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅର୍ଜୁନ ସିଂହ ଭାଟାପରା ଆସନରେ ଲଢି ବିଧାୟକ ହୋଇଥିଲେ। ଏବେ ସେ ଲୋକସଭା ଆସନରୁ ବିଜେପି ପାଇଁ ଲଢିବେ।  ଏହା ପୂର୍ବରୁ ପଶ୍ଚିମବଙ୍ଗର ବୋଲପୁର ଟିଏମସି  ସାଂସଦ ଅନୁପମ ହାଜରା ଗତ ମଙ୍ଗଳବାର ଦିନ ବିଜେପି ସହ ହାତ ମିଶାଇଥିଲେ। ଦଳ ତାଙ୍କୁ ଜାନୁଆରୀ ମାସରେ ନିଲମ୍ବିତ କରିଥିଲା। ହାଜରାଙ୍କ ଉପରେ ଦଳ ବିରୋଧରେ ବୟାନ ଦେଉଥିବା  ଅଭିଯୋଗ ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ଅଧିକରୁ ଅଧିକ ଆସନ ହାତେଇବାକୁ ଚେଷ୍ଟା ଜାରି ରଖିଛି। ସେଥିପାଇଁ ବିଜେପି କିଛି ଟିଏମ୍‌ସି ନେତାଙ୍କୁ  ଆଣିବାକୁ ଯୋଜନା କରୁଛି। ଏହି ସମୟରେ ଟିଏମ୍‌ସିର ଦୁଇଜଣ ନେତା ବିଜେପିରେ ଯୋଗଦେଇ ଟିଏମ୍‌ସିକୁ ଝଟ୍‌କା ଦେଇଛନ୍ତି।  ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ  ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।  ରାଜ୍ୟରେ ନିରପେକ୍ଷ  ନିର୍ବାଚନ ପାଇଁ  ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିବା ସହିତ ସୋସିଆଲ୍‌ ମିଡ଼ିଆ ଉପରେ  ମଧ୍ୟ କଡ଼ା ନଜର  ରଖିଛନ୍ତି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.