Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି, ଗେହଲଟଙ୍କୁ ପ୍ରଶ୍ନ ସେମାନେ କ’ଣ ଫୋନ ଟ୍ୟାପିଂ କରୁଛନ୍ତି ?
ଆଜିର ଖବର

ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି, ଗେହଲଟଙ୍କୁ ପ୍ରଶ୍ନ ସେମାନେ କ’ଣ ଫୋନ ଟ୍ୟାପିଂ କରୁଛନ୍ତି ?

July 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବିଜେପି ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏଥିସହିତ ଓଲଟା ରାଜସ୍ଥାନର ଅଶୋକ ଗେହଲଟ୍ ସରକାରଙ୍କୁ ପ୍ରଶ୍ନ କରିଛି ତାଙ୍କ ରାଜ୍ୟରେ କ’ଣ ଫୋନ ଟ୍ୟାପିଂ କରାଯାଉଛି। ଆଜି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇ କଂଗ୍ରେସକୁ ପାଲଟା ପ୍ରଶ୍ନ ପଚାରିଛନ୍ତି।

କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ଗତ ଦୁଇ ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କଂଗ୍ରେସ ଅଭିଯୋଗ ଆଣିଛି ଯେ ଗେହଲଟ୍‌ ସରକାର ଭାଙ୍ଗିବା ପାଇଁ ବିଧାୟକ ଭନୱର ଲାଲ୍‌ ଶର୍ମା ବିଜେପି ସହ କଥା ହେଉଥିବା ବେଳର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲେ ବିଜେପି ଏହାର ସିବିଆଇ ତଦନ୍ତ ଦାବି କରିଛି।

ବିଜେପି ମୁଖପାତ୍ର ପାତ୍ର କହିଛନ୍ତି କି ‘ବିଜେପି କଥାରେ କ’ଣ ସବୁ କିଛି ହଉଛି? ନିଶ୍ଚିତ ଭାବେ ନା, ଯାହା କରିଛନ୍ତି ସେମାନେ କରିଛନ୍ତି। ଷଡ଼ଯନ୍ତ୍ର ସେମାନଙ୍କ ପକ୍ଷରୁ ହୋଇଛି। ଏହି ‌ଟେପ୍‌କୁ ବି ସେମାନେ କରିଛନ୍ତି। ମୋର ଗେହଲଟ ସରକାରଙ୍କୁ ପ୍ରଶ୍ନ ହେଉଛି ଫୋନ୍‌ ଟ୍ୟାପିଂ କ’ଣ ଏକ ସମ୍ବେଦନଶୀଳ ଆଇନ ମାମଲା ନୁହେଁ? ଆପଣ ବି କ’ଣ ରାଜସ୍ଥାନର କୌଣସି ରାଜନେତାଙ୍କ ଫୋନ୍‌ ଟ୍ୟାପ୍‌ କରିବା ପରି ନୀତି ଆପଣେଥିଲେ? ବାସ୍ତବରେ ଫୋନ୍‌ ଟ୍ୟାପ୍‌ ହୋଇଛି କି ନାହିଁ ଆମକୁ ସିବିଆଇ ତଦନ୍ତ ଦରକାର।’

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ୟା ମଧ୍ୟରେ କଂଗ୍ରେସ ଅଡିଓ ଟେପ୍‌କୁ ଆଧାର କରି ୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ଙ୍କ ଗିରଫ ଦାବି କରିଛି। ବିଧାୟକ ଭନୱର ଲାଲ୍‌ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ସୂଚନା ରହିଛି।

ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Latest News

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.