
ଭୁବନେଶ୍ବର, କରୋନା ଜାଲରୁ ଏବେ ବି ମୁକୁଳି ପାରୁନାହିଁ ରାଜଧାନୀ ଭୁବନେଶ୍ବର। ପ୍ରାୟ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ 87 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନକୁ 41 ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ 46 ଜଣ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଲୋକାଲ କଣ୍ଟ୍ରାକ୍ଟ କେସ ସଂଖ୍ୟା ଟପିଯାଇଛି।
ନୟାପଲ୍ଲି ତ୍ରିନାଥ ନଗର ବସ୍ତିରୁ 4 ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଗୌତମନଗର ହରିହର ଏନକ୍ଲେଭରୁ 3 ଜଣ ଲୋକାଲ କେସ୍, ଗଙ୍ଗନଗର ପିଚୁ ପଡିଆ ବସ୍ତିରୁ 2, ଶୈଳଶ୍ରୀ ବିହାରରୁ 2 ,ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଘରୋଇ ହସ୍ପିଚାଲର 2 କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କାନନବିହାର ଫେଜ-1ରେ ଗୋଟିଏ ପରିବାରରୁ 6 ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ବ୍ରିଟ୍ କଲୋନୀରୁ 3, ବିଜେବି ନଗରରୁ 3, ଡମଣାରୁ 3, ଲକ୍ଷ୍ମୀସାଗରରୁ 2, ମୈତ୍ରୀବିହାରରୁ 2 ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1130ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ 494 ଜଣ ସୁସ୍ଥ ହୋଇଥିବା ବେଳେ 11 ଜଣଙ୍କର ମୃତ୍ୟୁ ହୋଇଛି। ଏବେ 624 ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।