ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ହୋଇଥିବା ଦିଲ୍ଲୀର ଆପ୍ ବିଧାୟକ

Published: Jul 18, 2020, 5:59 pm IST

ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟି (ଆପ୍) ନେତା ଆତିସି ଆଜି ଦିଲ୍ଲୀର ବସନ୍ତ କୁଞ୍ଜଠାରେ ଥିବା ଇନିଷ୍ଟିଚ୍ୟୁଟ ଅଫ୍ ଲିଭର ଏଣ୍ଡ ବିଲିଆରୀ ସାଇନସେସ୍ (ILBS) ରେ ରକ୍ତ ପ୍ଲାଜମା ଦାନ କରିଛନ୍ତି। ସେ ନିକଟରେ କୋଭିଡ-19 ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ଗତ ମାସରେ ପଜିଟିଭ ଜଣାପଡ଼ିବା ପରେ ସେ ଚିକିତ୍ସିତ ହୋଇ ନିକଟରେ ସୁସ୍ଥ ହୋଇଥିଲେ।

ପ୍ଲାଜମା ଦାନ କରି କାଲକାଜି ବିଧାୟକ କହିଛନ୍ତି ଯେ, ଯେଉଁମାନେ କରୋନାରେ ଗୁରୁତର ଅଛନ୍ତି ସେମାନଙ୍କୁ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବା ହେଉଛି ତାଙ୍କର ଉଦ୍ଦେଶ୍ୟ। ଟୀକା ବାହାରିବା ଯାଏଁ ଆମକୁ ଏହିପରି ଭାବେ କୋଭିଡ-19 ଭୂତାଣୁର ମୁକାବିଲା କରିବାକୁ ହିଁ ପଡିବ। ତେଣୁ କରୋନାରୁ ସୁସ୍ଥ ହୋଇଥିବା ସମସ୍ତଙ୍କୁ ସେ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି।

Related posts