Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢାଖୋଲରେ କରୋନା ଗୋଷ୍ଠୀ ସଂକ୍ରମଣର ଆଶଙ୍କା: ଦୁଇ ଦିନରେ ୧୯ କରୋନା ପଜିଟିଭ; ଜିଲ୍ଲାପାଳ କଲେ ସମୀକ୍ଷା
ଆଜିର ଖବର

ରେଢାଖୋଲରେ କରୋନା ଗୋଷ୍ଠୀ ସଂକ୍ରମଣର ଆଶଙ୍କା: ଦୁଇ ଦିନରେ ୧୯ କରୋନା ପଜିଟିଭ; ଜିଲ୍ଲାପାଳ କଲେ ସମୀକ୍ଷା

July 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲରେ ଦୁଇ ଦିନରେ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଂଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟିହୋଇଛି। ଦିନକୁ ଦିନ ଅଂଚଳ ସଙ୍ଗୀନ ହୋଇ ପଡିଛି। ଜିଲ୍ଲାପାଳ ରେଢାଖୋଲ ଗସ୍ତରେ ଆସି ସମୀକ୍ଷା କରି ଫେରିଯାଇଛନ୍ତି।

ଗତକାଲି ଆଉ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଛି। ରେଢାଖୋଲରେ ଗୋଷ୍ଠି ସଂକ୍ରମଣର ଆଶଙ୍କା କରି ରେଢାଖୋଲ ସହରର କଇଥ ସାହି , ଗଣେଶ ନଗର , ନୂଆଁ ସାହି ଓ କୁହି ଗ୍ରାମକୁ କଂଟେନମେଂଟ୍ ଜୋନ୍ ଭାବରେ ଘୋଷଣା କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ସୁଭମ୍ ସାକସେନା ରେଢାଖୋଲ ଡାକ୍ତରଖାନା ବୁଲି ଅଧିକାରୀମାନଙ୍କୁ ଏହାର କଡାମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାପାଳ ସମେତ ରେଢାଖୋଲ ସବ୍‌ଡିଭିଜନର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ। ଗତ୧୮ ତାରିଖରେ ରେଢାଖୋଲରେ ୫ଜଣ ପୁରୁଷ ଓ ୭ ଜଣ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ- ଗତ ୧୭ ତାରିଖରେ ରେଢାଖୋଲ ଏନ୍‌ଏସିର ଜଣେ କର୍ମଚାରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ରେଢାଖୋଲ ଡାକ୍ତରଖାନାର ୧୦୮ ର ଜଣେ କର୍ମଚାରୀ, ରେଢାଖୋଲର ଜଣେ ୧୨ ବର୍ଷର ବାଳକ , , ରେଢାଖୋଲର ଜଣେ ସ୍ଥାନୀୟ ବାସିନ୍ଦା ଥିବା ଜଣା ପଡିଥିଲା। ଠିକ୍ ସେଇ ପରି ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରେଢାଖୋଲ ବ୍ଲକ୍ ର ୨ ଜଣ ଥିବା ବେଳେ ନାକଟିଦେଉଳ ବ୍ଲକ ଡଇଁଚା ପଂଚାୟତର ଗୋପାଳପୁର ଜଣେ କରୋନା ରୋଗୀଥିବା ସରକାରୀ ସୂତ୍ରରୁ ଜଣାପଡିଥିଲା। ସେମାନଙ୍କୁ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ରେଢାଖୋଲ ଅଂଚଳରେ ଦୁଇ ଦିନରେ ୧୯ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଅଂଚଳରେ ଗୋଷ୍ଠିସଂକ୍ରମଣର ଆଶଙ୍କା କରାଯାଇଛି। ଲୋକମାନେ ସଚେତନ ହେବାର ସମୟ ଆସିଛି। ଏବେଠୁ ରେଢାଖୋଲ ଅଂଚଳର ଲୋକମାନେ ସଚେତନ ନ ହେଲେ ଏହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ହେବାର ସଂଭାବନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

January 28, 2026

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026

ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 28, 2026

ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ, ଯୋଗଦେଲେ ରାଜ୍ୟପାଳଙ୍କ ସହ ମନ୍ତ୍ରୀ ହରିଚନ୍ଦନ

January 28, 2026
Latest News

ପୁଅ ବାହାଘର ଭୋଜି ପୁର୍ବରୁ ଗାଡ଼ି ଧକ୍କାରେ ପିତାଙ୍କର ମୃତ୍ୟୁ

January 28, 2026

ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ୍-୨୦୨୬: ଓଡିଶା ମଧ୍ୟ ଦେଇ ଯାତ୍ରା କରିବ ସାଇକ୍ଲୋଥନ୍

January 28, 2026

ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା: ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ମୃତ

January 28, 2026

ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କାରଣ ଜଣାପଡି ନାହିଁ

January 28, 2026

ଆଜି ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.