ଜାଲିଆନାୱାଲା ବାଗ୍ ଗ୍ୟାଲେରିରେ ଅର୍ଦ୍ଧ-ନଗ୍ନ ମହିଳାଙ୍କ ଫଟୋ

Published: Jul 19, 2020, 3:00 pm IST

ଅମୃତସର, ଜାଲିଆନାୱାଲା ବାଗ ଗ୍ୟାଲେରିରେ ଅର୍ଦ୍ଧ ନଗ୍ନ ଦୁଇ ମହିଳାଙ୍କ ବିଭିନ୍ନ ଭଙ୍ଗୀର ଫଟୋ ଲାଗିଥିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଜନ୍ତା ଓ ଏଲୋରା କେଭରେ ଥିବା ନଗ୍ନ ଫଟୋ ସଦୃଶ ରହିଛି ଏହି ଫଟୋ। ସବୁଠାରୁ ବଡ଼ କଥା ହେଲା ନୂଆ କରି ତିଆରି ହୋଇଥିବା ଫଟୋ ଗ୍ୟାଲେରିରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଅନେକ ସଂଗ୍ରାମୀ ଏବଂ ପ୍ରଥମ ଶିଖ ଗୁରୁ ,ଗୁରୁ ନାନକ ଦେବଙ୍କ ଫଟୋ ଭିତରେ ରହିଛି ଏଭଳି ଆପତ୍ତିଜନକ ଫଟୋଚିତ୍ର।

ଅନ୍ତର୍ଜାତୀୟ ସର୍ବ କମ୍ବୋଜ ସମାଜ ଏ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଦୃଢ ପ୍ରତିବାଦ କରିଛି। ପ୍ରଧାନମନ୍ତ୍ରୀ ଜାଲିଆନାୱାଲାବାଗ୍ ଜାତୀୟ ସ୍ମାରୀ ଟ୍ରଷ୍ଟର ସଭାପତି ରହିଛନ୍ତି। ତୁରନ୍ତ ଅର୍ଦ୍ଧ ନଗ୍ନ ମହିଳାଙ୍କ ଫଟୋ ଗ୍ୟାଲେରିରୁ ହଟାଇବା ପାଇଁ ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

Related posts