Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆଜି ଜଗତସିଂହପୁର ଜିଲ୍ଲାରୁ ୪୦ ପଜିଟିଭ୍ ,୧ ମୃତ
ଆଜିର ଖବର

ପୁଣି ଆଜି ଜଗତସିଂହପୁର ଜିଲ୍ଲାରୁ ୪୦ ପଜିଟିଭ୍ ,୧ ମୃତ

July 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୦ ପଜିଟିଭ୍ ବାହାରିବା ସହିତ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ପାରାଦ୍ବୀପରୁ ୧୯ ଜଣ ଥିବାବେଳେ ତିର୍ତ୍ତୋଲ ବ୍ଲକରୁ ୧୬ ଜଣ କୁଜଙ୍ଗରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ ରହିଛନ୍ତି। ପାରାଦ୍ବୀପରୁ ଚିହ୍ନଟ ହୋଇଥିବା ସମସ୍ତ ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସେମାନେ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଅନ୍ୟ ୧୫ ଜଣ ମହାରାଷ୍ଟରୁ ଫେରିଥିଲେ। ସେହିପରି ଅନ୍ୟ ତିନି ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କଠାର ସଂକ୍ରମିତ ହୋଇଥିବାବେଳେ ଆଇସୋଲେସନ୍‌ରେ ରହିଥିଲେ।

ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ଟିଏମ୍‌ସି କ୍ଲଷ୍ଟରରୁ ଚିହ୍ନଟ ହୋଇଥିବାବେଳେ ଏମାନେ ସମେସ୍ତ ବାହାର ରାଜ୍ୟ ଫେରନ୍ତା। ଏହି ୧୫ ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ, ଆନ୍ଧ୍ରପ୍ରଦେଶରୁ ୨ ଜଣ, ତାମିଲ୍‌ନାଡୁର ତିନି ଜଣ, ତେଲେଙ୍ଗାନାରୁ ତିନିଜଣ, କର୍ଣ୍ଣାଟକରୁ ୬ ଜଣ ଫେରିଛନ୍ତି। ସେହିପରି ଜଣେ ଆପୋଲ୍‌ ହସ୍ପିଟାଲରେ ସହଯୋଗୀ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ରହିଛି।

କୁଜଙ୍ଗ ବ୍ଲକରୁ ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ଟିଏମ୍ସିରୁ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କର୍ଣ୍ଣାଟକ ଫେରନ୍ତା ରହିଥିବାବେଳେ ଅନ୍ୟ ଦୁଇଜଣ ଏଲ୍‌ ଆଣ୍ଡ ଟି ଅଫିସରଙ୍କ ଡ୍ରାଇଭର ରହିଛନ୍ତି। ଜଗତସିଂହପୁର ବ୍ଲକରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ଆପୋଲ୍‌ ହସ୍ପିଟାଲରେ ହାଉସିଂ କିପିଂ କର୍ମଚାରୀ ବୋଲି ସୂଚନା ରହିଛି।

ସେହିପରି ଗତକାଲି ଜିଲ୍ଲାରୁ ବାହାରିଥିଲେ ୨୨ ଜଣ ପଜିଟିଭ୍। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୮ଜଣ ଆକ୍ରାନ୍ତ ବାହାରିଥିବା ବେଳେ ନାଉଗାଁ ବ୍ଲକରୁ ୩ ଜଣ ଓ କୁଜଙ୍ଗ ବ୍ଲକରୁ ଜଣେ ଆକ୍ରାନ୍ତ ବାହାରିଛନ୍ତି। ପାରାଦ୍ବୀପରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବିହାରରୁ ୨ଜଣ, ତାମିଲନାଡୁରୁ ଜଣେ, ଗୁଜୁରାଟରୁ ୨ଜଣ, ହରିୟାଣାରୁ ୨ଜଣ, ମହାରାଷ୍ଟ୍ରରୁ ୨ଜଣ, ପଞ୍ଜାବରୁ ୨ଜଣ, ଉତ୍ତରପ୍ରଦେଶରୁ ୩ଜଣ ଓ ୱେଷ୍ଟବେଙ୍ଗଲରୁ ୪ଜଣ ଆକ୍ରାନ୍ତ ଆସିଥିବା ବେଳେ ନାଉଗାଁ ବ୍ଲକରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ଜଣେ, ଉତ୍ତରପ୍ରଦେଶରୁ ଜଣେ, କତାରରୁ ଜଣେ ଆକ୍ରାନ୍ତ ଆସିଛନ୍ତି। ସେହିପରି କୁଜଙ୍ଗ ବ୍ଲକରୁ ବାହାରିଥିବା ଆକ୍ରାନ୍ତ ଜଣକ ଜୟପୁରରୁ ଆସିଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି 

January 1, 2026

ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ

January 1, 2026
Latest News

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି 

January 1, 2026

ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ

January 1, 2026

୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କାରବାର ଉପରେ ଲାଗିବ ୮୫% ଟିକସ: ଜାଣନ୍ତୁ ସତ କ’ଣ?

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.