![](https://thesamikhsya.com/odia/wp-content/uploads/2020/02/Bank-1200x800.jpg)
ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟ ବଦଳିଲା । ଆସନ୍ତାକାଲିଠୁ 31 ଜୁଲାଇ ପର୍ଯ୍ୟନ୍ତ ଲକ୍ଡାଉନ୍ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା, କଟକ, ଯାଜପୁର ଓ ଗଞ୍ଜାମ ଓ ରାଉରକେଲା ମହାନଗରରେ 14 ଦିନିଆ ଲକଡାଉନ୍ ଜାରି କରିଛନ୍ତି । ଏହି ସମସ୍ତ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାଳବଳୀ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏହି ସମସ୍ତ ଅଞ୍ଚଳରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକମାନେ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ କରିପାରିବେ । ସେହିପରି ବ୍ୟାଙ୍କ ଗୁଡିକରେ 50 ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି । ପୂର୍ବରୁ 25 ପ୍ରତିଶ କର୍ମଚାରୀରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଭିଡ କମାଇବାକୁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ଆସନ୍ତାକାଲିଠାରୁ ଆସନ୍ତା ଜୁଲାଇ 31 ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ।